ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକର ବନକୂଳ ପଞ୍ଚାୟତକୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ପଞ୍ଚାୟତରୁ ତିନି ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ଖୋର୍ଦ୍ଧା ଜିଲ୍ଲାରୁ ୪  କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ବୋଲଗଡ ବ୍ଲକରୁ ଜଣେ ଓ ଚିଲିକା ବ୍ଲକ ବଡ଼କୁଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୂଆଗଡ଼, ଖଡିକାପଲ୍ଲୀ ଓ ରାଉତ୍ତରାପଲ୍ଲୀରୁ ୩ଜଣ ଚିହ୍ନଟ ହୋଇଛନ୍ତି। ତିନି ଜଣ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ।

କ୍ୱାରେଣ୍ଟିନ ସେଣ୍ଟରରୁ ଅବଧି ସରିବା ପରେ ୪୩ ଜଣ ନିଜ ନିଜ ଘରକୁ ଚାଲିଯାଇଥିଲେ। ଘରକୁ ଯିବାର କିଛି ଘଣ୍ଟା ପରେ ଜଣାପଡିଲା ସେଥିରୁ ତିନି ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ରିପୋର୍ଟ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଆସିଥିବା ଏହି ତିନି ଜଣ ଆକ୍ରାନ୍ତ  ନିଜ ନିଜ ଗ୍ରାମର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ସରପଞ୍ଚ ପ୍ରମିଳା ଦଳବେହେରା ଜିଲ୍ଲାପାଳ କ୍ଷମତାକୁ  ଉପଯୋଗ କରି ପାଞ୍ଚାୟତକୁ ଆଜି ଠାରୁ ଆସନ୍ତା ୭୨ ଘଣ୍ଟା ସଡଡାଉନ ଘୋଷଣା କରିଛନ୍ତି। ଏହାସହ ପାଞ୍ଚାୟତକୁ ବିଶୋଧନ କରାଯାଇଛି।

ଏବେ ଏହି ପଞ୍ଚାୟତରେ କଣ୍ଟାକ୍ସ ଟ୍ରେସିଂ ଆରମ୍ଭ ହୋଇଥିବା ନୋଡାଲ ଅଫିସର୍‌ ଗଣେଶ୍ୱର ସ୍ୱାଇଁ ସୂଚନା ଦେଇଛନ୍ତି। ତିନି ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comment