ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ଉହାନ ସହର, ଯେଉଁଠାରୁ କରୋନା ସାରାବିଶ୍ୱକୁ ବ୍ୟାପିଛି। ସେଠାରେ ଏବେ ପୁଣି ମାଂସ ବଜାର ଖୋଲିଥିବା ଜଣାପଡ଼ିଛି। ଏହି ବଜାରରେ ଜଙ୍ଗଲି ଜନ୍ତୁଙ୍କ ମାଂସ ବ୍ରକି କରୁଥିବା ଲୋକେ ପୁଣି ନିଜର ଦୋକାନ ବସାଇଛନ୍ତି।କିନ୍ତୁ ପୁରୁଣା ବଜାରଠାରୁ ଟିକିଏ ଦୂରରେ।

ଯେଉଁ ମାଂସ ବଜାରରୁ କରୋନାର ଉତ୍ପତି ହୋଇଥିବା କୁହାଯାଏ ତା’ର ନାଁ ହେଲା ‘ଦ ହୁଆନନ୍‌ ସିଫୁଡ୍‌ ହୋଲସେଲ ମାର୍କେଟ’। ଏହି ମାର୍କେଟରୁ ପ୍ରଥମେ କରୋନା ଭାଇରସ ବ୍ୟାପିଥିବା କବର ଆସିଥିଲା। ଏହା ପରେ ଏହି ବଜାର ଜାନୁଆରି ୧ ରେ ବନ୍ଦ ହୋଇଯାଇଥିଲା|

ଏହି ବଜାରରେ ବାଘ, ସାପ, ମୂଷା, ବାଦୁଡି, କୁକୁର, ଅସରପା, ବଜ୍ରକାପ୍ତା, ଝିଟିପିଟି ଭଳି ପଶୁପକ୍ଷୀ ଓ ସରୀସୃପଙ୍କ ମାଂସ ଆଦି ମିଳେ। ଏହା ବ୍ୟତୀତ ମୃତ ପଶୁମାନଙ୍କ ମାଂସକୁ ପୃଥକ ଭାବରେ ବିକ୍ରି କରାଯାଏ।

ଚୀନ୍ ସରକାର ବଜାରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଉତ୍ତର ହାନକୋ ସିଫୁଡ୍‌ ମାର୍କେଟ ସହିତ ହୁଆନାନ୍ ସିଫୁଡ ମାର୍କେଟ ଚାଲିଛି। କିଛି ଦିନ ପରେ ବଜାରକୁ ପୁରୁଣା ସ୍ଥାନକୁ ଅଣାଯିବ ବୋଲି ଶୁଣିବାକୁ ମିଳିଛି।

Comment