ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ଓଡ଼ିଆ। କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଟି ଓଡ଼ିଆଙ୍କୁ ଏଭଳି କରିବାକୁ ଆହ୍ୱାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଗୁରୁବାର ଭିଡିଓ ବାର୍ତ୍ତା ଜରିଆରେ କୋଭିଡ୍ ଯୋଦ୍ଧାମାନଙ୍କୁ ପ୍ରଂଶସା କରିଥିଲେ। ଏଥିସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ କମ୍ ଅଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପଛରେ କୋଭିଡ୍ ଯୋଦ୍ଧାମାନଙ୍କର ବିଶେଷ ଅବଦାନ ରହିଛି। ତେଣୁ ପ୍ରତିଟି ଓଡ଼ିଆ ସେମାନଙ୍କୁ ଉତ୍ସାହିତ ଓ ସମ୍ମାନ ଜଣାଇବା ପାଇଁ ମେ ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ବିଶ୍ୱର ଯେଉଁ କୋଣରେ ଥିଲେ ମଧ୍ୟ ସାମାଜିକ ଦୂରତା ପାଳନ କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କର ଭିଡିଓ ବାର୍ତ୍ତାରେ କହିଥିଲେ।

Comment