ଓଡ଼ିଶାଲାଇଭ୍ ବ୍ୟୁରୋ

vembanad-1

କେରଳର କୋଟ୍ଟୟମ ଜିଲ୍ଲାରେ ଅବସ୍ଥିତ ଭାରତର ଦାର୍ଘତମ ହ୍ରଦ ଭେମ୍ବନାଦ। ଏହା କେରଳର ସବୁଠାରୁ ବଡ଼ ହ୍ରଦ ଏବଂ କେରଳର ସମୁଦାୟ ଜଳୀୟ କ୍ଷେତ୍ରର ୨.୫ କ୍ଷେତ୍ରଫଳରେ ବହିଥାଏ। କେରଳର ତିନୋଟି ଜିଲ୍ଲା ଅଲପୁଝା, ଏର୍ଣ୍ଣାକୁଲମ୍ ଏବଂ କୋଟ୍ଟୟମ ଦେଇ ଏହା ପ୍ରବାହିତ ହୁଏ। କେଉଁଠାରେ ଏହାକୁ କୟାଲ ହ୍ରଦ କୁହାଯାଏ ତ କେଉଁଠାରେ କୋଚ୍ଚି। ପ୍ରାୟ ୧୦ଟି ନଦୀର ପାଣି ମିଶିଥାଏ ଏହି ହ୍ରଦରେ।

vembanad-4

ତେବେ ୧୬ କି.ମି ଲମ୍ବ ଏବଂ ୧୪ କି.ମି ପ୍ରସ୍ଥବିଶିଷ୍ଟ ଏହି ହ୍ରଦ ଟୁରିଷ୍ଟମାନଙ୍କ ପାଇଁ ଏକ ପର୍ଯ୍ୟଟନସ୍ଥଳୀ ମଧ୍ୟ। ଏଠାରେ ଆଯୋଜିତ ହେଉଥିବା ନୌକା ବିହାର ପ୍ରତିଯୋଗିତା ବେଶ୍ ଲୋକପ୍ରିୟ। ପିକନିକ୍ ପାଇଁ ଏହା ଏକ ସୁନ୍ଦର ଏବଂ ସଠିକ୍ ସ୍ଥାନ। ଏଠାରେ ବୋଟିଂ, ମାଛ ଧରିବା, ସାଇଟ୍ ସିଂ ଆଦି କରିବାର ସୁବିଧା ମଧ୍ୟ ଉପଲବ୍ଧ ଅଛି।

vembanad-5

ଓଣମ ପର୍ବ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଏଠାକାର କୁମରକମ ଟୁରିଷ୍ଟ ଭିଲେଜରେ ହଲିଡେ ପ୍ୟାକେଜର ବ୍ୟବସ୍ଥା ସହିବା ସହ ହାଉସ ବୋଟିଂର ସୁବିଧା ରହିଛି। ଏହି ପର୍ବରେ ଏଠାରେ ସ୍ନେକ୍ ବୋଟ୍ ରେସ୍ ଆୟୋଜିତ ହୁଏ।

ପର୍ଯ୍ୟଟକଙ୍କ ବ୍ୟତୀତ ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପକ୍ଷୀମାନଙ୍କ ଆଶ୍ରୟସ୍ଥଳୀ ଅଟେ ଭିମ୍ବେନାଦ ହ୍ରଦ। ଏଠାରେ ଥିବା କୁମାରକୋମ ପକ୍ଷୀ ଅଭୟାରଣ୍ୟ ଖିବ୍ ପ୍ରସିଦ୍ଧ।

vembanad-3

ଜାତୀୟ ଆଦ୍ରଭୂମି ସଂରକ୍ଷଣ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଦ୍ୱାରା ଏହା ଚିହ୍ନଟ ହୋଇଥିଲା। ସୁନ୍ଦରବନ ପରେ ଏହା ଭାରତର ଦ୍ୱିତୀୟ ବୃହତ ରାମସର ସ୍ଥଳ ବା ଜଳାଶୟ ଅଟେ ଯାହାର କ୍ଷେତ୍ରଫଳ ୨୧୧୪ ବର୍ଗ କିଲୋମିଟର।

Comment