ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଜି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରିଛନ୍ତି। ଓଡ଼ିଶା ଫେରିବା ପରେ ତାଙ୍କୁ ଏଠାରେ ଏକ ଘରୋଇ ହସ୍ପିଟାଲରେ ରଖାଯାଇଛି।

କିଛି ଦିନ ତଳେ ଅସୁସ୍ଥ ହୋଇ ବିଜୟ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତ ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ସେହି ସମୟରେ ସେ ଓଡ଼ିଶା ଫେରି ଆସିବାକୁ ଇଚ୍ଛା କରିଥିଲେ। ତେଣୁ ତାଙ୍କୁ ଏବେ ଓଡ଼ିଶା ଫେରାଇ ଅଣାଯାଇଛି।

ତାଙ୍କୁ ସଡ଼କ ପଥରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରାଇ ଅଣାଯାଇଛି। ଓଡ଼ିଶା ଫେରିବା ପରେ ତାଙ୍କ ଫ୍ୟାନମାନେ ତାଙ୍କୁ ଦେଖିବାକୁ ହସ୍ପିଟାଲରେ ଭିଡ଼ ଲଗାଇଛନ୍ତି।

କିଛି ଦିନ ତଳେ ଅଭିନେତା ବିଜୟ ମହାନ୍ତି ଅସୁସ୍ଥତା ହେବା ନେଇ ତାଙ୍କର ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇଥିଲେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ମଧ୍ୟ ତାଙ୍କ ପତ୍ନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Comment