ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ଦେହାନ୍ତ ଅନେକ ଲୋକଙ୍କୁ ଚକିତ କରିଛି। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ।  ମଙ୍ଗଳବାର ଦିନ ଅଙ୍କିତା ବାନ୍ଦ୍ରାସ୍ଥିତ ସୁଶାନ୍ତଙ୍କ ଫ୍ଲାଟରେ ପହଞ୍ଚିଛନ୍ତି, ଯେଉଁଠାରେ ଅଭିନେତା ସୁଶାନ୍ତ ଆତ୍ମହତ୍ୟା କରିଥିଲେ।ସୁଶାନ୍ତଙ୍କ ପରିବାର ଲୋକ ସେଠାରେ ଥିବାରୁ ଅଙ୍କିତା ସେମାନଙ୍କୁ ଭେଟିବାକୁ ଯାଇଥିବା କୁହାଯାଉଛି।

ଅଙ୍କିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରୁ ଜଣାପଡ଼ୁଛି ଅଙ୍କିତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପରେ କେତେ ବଡ଼ ଝଟକା ଲାଗିଛି। ଅଙ୍କିତାଙ୍କ ସାଙ୍ଗରେ ତାଙ୍କ ମା’ ଓ ସାଙ୍ଗ ସନ୍ଦିପ ସିଂ ନଜର ଆସିଛନ୍ତି।

ଅଙ୍କିତା ଏବେ କୌଣସି ପ୍ରତିକ୍ରିୟା ଦେବା ଅବସ୍ଥାରେ ନାହାନ୍ତି ବୋଲି ତାଙ୍କର ଜଣେ ସାଙ୍ଗ କହିଛନ୍ତି। ସୋମବାର ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଚାହୁଁଥିଲେ ଅଙ୍କିତା। ମାତ୍ର ତାଙ୍କ ଅବସ୍ଥା ଭଲ ନଥିବାରୁ ସେ ଆସି ପାରିନଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା।

ସୁଶାନ୍ତ ଅଙ୍କିତା ପବିତ୍ର ରିସ୍ତା ସିରିଏଲରେ ଏକାଠି କାମ କରିଥିଲେ। ଦୁଇଜଣଙ୍କ ଅନସ୍କ୍ରିନ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ୬ ବର୍ଷ ରିଲେସନସିପ୍‌ରେ ରହିବା ପରେ ୨୦୧୬ରେ ଉଭୟଙ୍କର ବ୍ରେକଅପ୍‌ ହୋଇଥିଲା।

Comment