ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତନାଘନା ଜୋରସୋରରେ କରୁଛି। ଗୁରୁବାର ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ରିୟାଙ୍କୁ ପଚରାଉଚରା କରିବ।

ଏପର୍ଯ୍ୟନ୍ତ ପୋଲିସ ଅନୁସନ୍ଧାନ ଏବଂ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା ହୋଇଥିବା ଜଣାପଡିଛି।  କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ତମାମ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ସବୁଦିଗରୁ ଯାଞ୍ଚ କରୁଛି।

ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି। ପୋଲିସ ତାଙ୍କ ଡିପ୍ରେସନର କାରଣ ଏବେ ଖୋଜୁଛି।

ରିୟାଙ୍କ ସହ ସୁଶାନ୍ତଙ୍କ ଆଫେୟାର ଥିବା ଦୀର୍ଘଦିନରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଉଭୟଙ୍କ ଭିତରୁ କେହି ବି ଏହାକୁ ସ୍ୱୀକାର କରିନାହାନ୍ତି। ଆତ୍ମହତ୍ୟା ପୂର୍ବରୁ କିନ୍ତୁ ସୁଶାନ୍ତ ରିୟାଙ୍କୁ ଫୋନ୍‌ କରିଥିଲେ। ଉଭୟଙ୍କ ଭିତରେ କ’ଣ କଥାବାର୍ତ୍ତା ହୋଇଥିଲା ତା’ ଜାଣିବା ପାଇଁ ରିୟାଙ୍କୁ ପୋଲିସ ମଧ୍ୟ ପଚରାଉଚରା କରିବ।

Comment