ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଏମସ ନିଜର ଫରେନ୍ସିକ୍ ରିପୋର୍ଟ ଦେଇସାରିଛି। ଏଥିରେ ସୁଶାନ୍ତଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି। ଏହି ରିପୋର୍ଟ ପରେ ଅଭିନେତ୍ରୀ ସ୍ୱରା ଭାସ୍କର, ରିୟା ଚକ୍ରବର୍ତ୍ତୀଙ୍କୁ ଜେଲରୁ ରିଲିଜ୍ କରିବାକୁ କହିଛନ୍ତି। ଏନେଇ ସେ ଏକ ଟୁଇଟ୍ ମଧ୍ୟ କରିଛନ୍ତି।

ଏମସ ପକ୍ଷରୁ ଏହି ରିପୋର୍ଟ ଆସିବା ପରେ ଏନେଇ ପ୍ରଥମେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ତୁରନ୍ତ ଜେଲରୁ ରିଲିଜ୍ କରିବାକୁ କହିଥିଲେ। ଅଧୀରଙ୍କ ଏହି ଟୁଇଟକୁ ରି-ଟୁଇଟ୍ କରି ସ୍ୱରା ତାଙ୍କ ସହ ସ୍ୱର ମିଳାଇଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ୍ ମଧ୍ୟ ଟୁଇଟ୍ କରିଛନ୍ତି। ଟୁଇଟରେ ସେ ଲେଖିଛନ୍ତି, ଜଣେ ମଣିଷ ଏମିତିରେ ସୁଇସାଇଡ୍ କରେନି। ତାଙ୍କୁ ବାରମ୍ବାର ଧମକ୍ ଦିଆଯିବା ସହିତ ଫିଲ୍ମରୁ ବାହାର କରିଦିଆଯାଉଥିଲା। ସୁଶାନ୍ତ ନିଜର ଭବିଷ୍ୟତକୁ ନେଇ ଭୟଭୀତ ଥିଲେ। ତେଣୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି କଙ୍ଗନା ନିଜ ଟୁଇଟରେ ଲେଖିଛନ୍ତି।

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇକୁ ଏମସ ନିଜର ଫରେନ୍ସିକ୍ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ ଏମସ୍ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Comment