ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ କାରବାରକୁ ନେଇ ଆଜି ଅଭିନେତ୍ରୀ ରକୁଲ ପ୍ରୀତଙ୍କୁ ଜେରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ଜେରା ସମୟରେ ରକୁଲ ରିୟା ଚକ୍ରବର୍ତ୍ତୀଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ରକୁଲ ଡ୍ରଗ୍ସ କାରବାର ସହ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ସେ କେବେ ଡ୍ରଗ୍ସ ନେଇନଥିବା କହିଛନ୍ତି।

ଏହାଛଡ଼ା ୨୦୧୮ରେ ରିୟାଙ୍କ ସହିତ ଡ୍ରଗ୍ସ ଚାଟ୍‌କୁ ସ୍ଵୀକାର କରିଛନ୍ତି ରକୁଲ। ତାଙ୍କ କହିବା ଅନୁସାରେ, ସେହି ଚାଟ୍‌ରେ ଉଭୟଙ୍କ ମଧ୍ୟରେ ଯେଉଁ କଥାବାର୍ତ୍ତା ହୋଇଥିଲା ସେଥିରେ ରିୟା ତାଙ୍କୁ ଡ୍ରଗ୍ସ ମାଗୁଥିଲେ। କାରଣ ରିୟା, ରକୁଲଙ୍କ ପାଖରେ ଡ୍ରଗ୍ସ ରଖିଥିଲେ। ତେଣୁ ସେହି ଡ୍ରଗ୍ସ ଆଣିଦେବା ପାଇଁ ରିୟା ତାଙ୍କୁ କହିଥିଲେ। ତେବେ ଏହି କଥାରେ କେତେ ସତ୍ୟତା ଅଛି ସେନେଇ ଏନ୍‌ସିବି ତଦନ୍ତ କରିବ ବୋଲି ସୂଚନା ମିଳିଛି।ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଜେରା କରିଥିଲା। ଜେରା ସମୟରେ ରିୟା ନିଜ ଘନିଷ୍ଠ ବାନ୍ଧବୀ ରକୁଲ ପ୍ରୀତ ସିଂଙ୍କ ନାଁ ନେଇଥିଲେ। ତେବେ ଉଭୟ ବର୍ତ୍ତମାନ ଏନ୍‌ସିବି ତଦନ୍ତ ପରିସରଭୁକ୍ତ ହୋଇଥିବାରୁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳୁଛି।

Comment