ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇ ବାଏକୁଲ୍ଲା ଜେଲରେ ଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି। ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ହାଇକୋର୍ଟ। ରିୟାଙ୍କୁ ୧ ଲକ୍ଷ ଟଙ୍କା ଓ ପାସପୋର୍ଟ ଡିପୋଜିଟ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏଥିସହିତ ମୁମ୍ବାଇ ବାହାରକୁ ଗଲେ ରିୟାଙ୍କୁ ଅନୁମତି ନେଇ ଯିବାକୁ ହେବ ବୋଲି କୁହାଯାଇଛି।

ଅନ୍ୟପଟେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। କାରଣ ହାଇକୋର୍ଟ ସୌଭିକଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ସେହିପରି ରିୟାଙ୍କ ସହିତ ସାମୁଏଲ ମିରଣ୍ଡା ଏବଂ ଦିପେଶ ସ୍ୱାଓନ୍ତଙ୍କୁ ମଧ୍ୟ ଜାମିନ ମିଳିଥିବା ବେଳେ ଅବଦୁଲ ବାସିତଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଏବଂ ତାଙ୍କ ଡ୍ରଗ୍ସ ଖାଇବାର ଅଭ୍ୟାସ କରାଇବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା।  ଗିରଫ ହେବା ପରେ ରିୟାଙ୍କୁ ସେପ୍ଟେମ୍ବର ନ୍ୟାୟିକ ହେପାଜତରେ ବାଏକୁଲ୍ଲାକୁ ପଠାଇ ଦିଆଯାଇଥିଲା।

Comment