ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଏବେ ବି ଅନେକ ପ୍ରକାର ଆଲୋଚନା ଜାରି ରହିଛି। ଏସବୁ ମଧ୍ୟରେ ଏମସ୍ ପକ୍ଷରୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ହୋଇଥିବା ଫରେନ୍ସିକ୍ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରାଯାଇଛି।

ଏହି ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା କଥାକୁ ଖଣ୍ଡନ କରାଯାଇଛି। ସୁଶାନ୍ତ ନିଜେ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି ବୋଲି ଏମସର ରିପୋର୍ଟରେ କୁହାଯାଉଛି। ତେଣୁ ବର୍ତ୍ତମାନ ସିବିଆଇ ଏହି ଘଟଣାକୁ ଏକ ଆତ୍ମହତ୍ୟା ମାମଲା ଅନୁସାରେ ଖୋଳତାଡ଼ କରିବ। ଯଦି ସୁଶାନ୍ତ ନିଜେ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କୁ କିଏ ଏଥିପାଇଁ ବାଧ୍ୟ କରିଛନ୍ତି କି ନାଇଁ ସେ ନେଇ ସିବିଆଇ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ପ୍ରଥମେ ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଥିଲା। ହେଲେ ସୋସିଆଲ୍ ମିଡିଆରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଏହାପରେ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତ ଯଦି ଆତ୍ମହତ୍ୟା କରିଛନ୍ତି ତେବେ ଏହା ପଛରେ କାହାର ହାତ ଅଛି କି ନାହିଁ ସେନେଇ ସିବିଆଇ ଅଧିକ ତଦନ୍ତ ଜାରି ରଖିଛି।

Comment