ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ଏ ନିଷ୍ଠୁର ସତକୁ ମଣିଷ ବୁଝିବାକୁ ବାଧ୍ୟ। କାରଣ ଯେତେ ଯାହା କଲେ ବି ସେ ଆଉ ଫେରିବେ ନାହିଁ। କିନ୍ତୁ ଏକଥା ସୁଶାନ୍ତଙ୍କ ପୋଷା କୁକୁର ଫଜ୍‌ କେମିତି ବୁଝିବ, କିଏ ବା ତାକୁ ବୁଝେଇବ।

ସୁଶାନ୍ତଙ୍କ ମୃତ୍ୟୁ ପରେ ଫଜ୍‌ ତାଙ୍କ ରୁମ୍‌ ସାମ୍ନାରେ ସେମିତି ବସି ରହିଛି। କେତେବେଳେ ସୁଶାନ୍ତ ରୁମ୍‌ରୁ ବାହାରି ତାକୁ ଗେଲ କରିବେ ସେଥିପାଇଁ ସେ ଅପେକ୍ଷା କରିଛି। ଫଜ୍‌ ବାରମ୍ବାର ସୁଶାନ୍ତଙ୍କ ଫଟୋ ମଧ୍ୟ ଦେଖୁଛି। ସୋସିଆଲ ମିଡିଆରେ ଫଜର ଏକ ଭିଡିଓ ଭାଇରାଲ ହେବା ପରେ ଏକଥା ସାମ୍ନା ଆସିଛି। ଫଜ୍‌ର ଏହି ଭିଡିଓକୁ ଯିଏ ବି ଦେଖିବ ତା’ ଆଖିରେ ଲୁହ ନିଶ୍ଚୟ ଆସିବ।

ସୁଶାନ୍ତ ତାଙ୍କ ପୋଷା କୁକୁରୁ ଫଜ୍କୁ ଭାରି ଭଲ ପାଉଥିଲେ। ସେ ଅଧିକାଂଶ ସମୟ ଫଜ୍‌ ସହିତ ବିତାଉଥିଲେ। ଏମିତିକି କିଛି ଦିନ ପୂର୍ବରୁ ସୁଶାନ୍ତ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ,‘‘ତୁ ମତେ ମନେ ରଖିଲେ ମୁଁ ସମସ୍ତଙ୍କୁ ଭୁଲି ଯିବ।’’ ଏହା ହିଁ ଥିଲା ଫଜ୍‌ ପାଇଁ ସୁଶାନ୍ତଙ୍କ ଶେଷ ମେସେଜ। ଫଜ୍‌ ଏବେ ସେହି ସବୁକୁ ମନେ ପକାଉଛି। ସୁଶାନ୍ତଙ୍କ ଫେରିବା ବାଟକୁ ଚାହିଁଛି।

Comment