ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରହସ୍ୟରେ ସୁଶାନ୍ତଙ୍କ ମୃତ୍ୟୁ
  • ଖୋଳତାଡ଼ କରୁଛି ସିବିଆଇ
  • ୫ ଦିନ ହେଲା ଚାଲିଛି ପଚରାଉଚରା
  • ସୁଶାନ୍ତଙ୍କ ମାମଲାରେ ସିବିଆଇ କରିପାରେ ସାଇକୋଲୋଜିକାଲ ଆଟୋପସି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରଖିଛି ସିବିଆଇ। ଏବେ ମୃତ୍ୟୁ ବେଳକୁ ସୁଶାନ୍ତଙ୍କ ମାନସିକ ସ୍ଥିତି କିପରି ଥିଲା ଜାଣିବାକୁ ଚେଷ୍ଟା କରୁଛି ସିବିଆଇ। ଏଥିପାଇଁ ସିବିଆଇକୁ ସୁଶାନ୍ତଙ୍କ ମସ୍ତିଷ୍କ ଅଧ୍ୟୟନ କରିବାକୁ ପଡ଼ିପାରେ। ଯାହାକୁ ଇଂରାଜୀରେ ସାଇକୋଲୋଜିକାଲ ଆଟୋପ୍‌ସି କୁହାଯାଏ। ସୁଶାନ୍ତ ମୃତ୍ୟୁ ମାମଲାରେ ବଡ଼ ରହସ୍ୟ ଖୋଲିପାରେ ଏହି ସାଇକୋଲଜିକାଲ ଆଟୋପ୍ସି। ତେବେ ଆସନ୍ତୁ ଜାଣିବା ଏହି ସାଇକୋଲୋଜିକାଲ ଆଟୋପ୍‌ସି କ’ଣ?sushant-1

ସାଇକୋଲୋଜିକାଲ ଆଟୋପ୍‌ସି ଏପରି ଏକ ଫର୍ମୁଲା ଯାହା ସୁଶାନ୍ତଙ୍କ କେସ୍‌ ଭଳି କିଛି ରହସ୍ୟମୟ କେସ୍‌ରେ ପ୍ରୟୋଗ କରାଯାଇଥାଏ। ଅର୍ଥାତ୍‌ ଯେଉଁ ମାମଲାରେ କୌଣସି ବ୍ୟକ୍ତିର ମୃତ୍ୟୁର କାରଣ ଜଣାନଥାଏ ସେଭଳି କ୍ଷେତ୍ରରେ ଏପରି କରାଯାଏ। ଏହି ଫର୍ମୁଲାରେ ମୁଖ୍ୟତଃ ୩ ପ୍ରକାରର ତଥ୍ୟ ଆଧାର କରାଯାଇଥାଏ।

ପ୍ରଥମେ ବାୟୋଗ୍ରାଫିକାଲ ଡାଟା, ଦ୍ୱିତୀୟରେ ବ୍ୟକ୍ତିଗତ ଡାଟା ତୃତୀୟରେ ସେକେଣ୍ଡାରୀ ଡାଟା ସଂଗ୍ରହ କରାଯାଇଥାଏ।sushant-singh-rajput-Wallpaper-cave

ବାୟୋଗ୍ରାଫିକାଲ ଡାଟା – ବ୍ୟକ୍ତିଙ୍କର ବୟସ କେତେ, ସେ ପୁରୁ. ନାଁ ମହିଳା, ବିବାହିତ ନା ଅବିବାହିତ ଏମିତି କିଛି ତଥ୍ୟ ସଂଗ୍ରହ କରାଯାଇଥାଏ।

ବ୍ୟକ୍ତିଗତ ଡାଟା –  ବ୍ୟକ୍ତିର ଜୀବନ ଶୈଳୀ, ଲୋକଙ୍କ ସହ ସମ୍ପର୍କ, କୌଣସି ଚିନ୍ତାରେ ଥିଲେ କି ନାହିଁ, ଯଦ ଥିଲେ ଚିନ୍ତାର କାରଣ କ’ଣଐ ଏହି ସବୁ ତଥ୍ୟ ସଂଗ୍ରହ କରାଯାଇଥାଏ।

ସେକେଣ୍ଡାରୀ ଡାଟା – ଏଥିରେ ବ୍ୟକ୍ତିଙ୍କ ମନସ୍ତାତ୍ତ୍ୱିକ ମାମଲା ଥିଲା କି ନାହିଁ, ପୋଲିସ କେସ୍‌ ଥିଲା କି ନାହିଁ, ଏହି ସବୁ ତଥ୍ୟ ସଂଗ୍ରହ କରାଯାଇଥାଏ।BGU

ଏହାଛଡ଼ା ମୃତକଙ୍କ ସମ୍ପର୍କୀୟ, ଅଫିସ୍‌ ଷ୍ଟାପ୍, ଦୈନନ୍ଦିନ ସମ୍ପର୍କରେ ଆସୁଥିବା ଲୋକଙ୍କଠାର ମଧ୍ୟ ତଥ୍ୟ ନିଆଯାଇଥାଏ। ଏହାକୁ ଏକାଠି କଲେ ଏକ ସ୍ପଷ୍ଟ ଚିତ୍ର ଆସିଥାଏ ଯେଉଁଥିରୁ ମୃତ୍ୟର ପ୍ରକୃତ କାରଣ ପଡ଼ିଥାଏ।

ସୁଶାନ୍ତଙ୍କ ପୂର୍ବରୁ ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମାମଲା, ଓ ଦିଲ୍ଲୀ ବୁରାଡ଼ିରେ ୧୧ଜଣଙ୍କ ଗଣ ଆତ୍ମହତ୍ୟା ମାମଲାରେ ସାଇକୋଲୋଜିକାଲ ଆଟୋପ୍‌ସି କରାଯାଇଥିଲା।

Comment