ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି। ଆଜି ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବ ସିବିଆଇ। ପଚରାଉଚରା ପାଇଁ ଭାଇ ସୌଭିକଙ୍କ ସହ ମୁମ୍ବାଇ ଡିଆର୍‌ଡିଓ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି ରିୟା।

ଗତକାଲି ମଧ୍ୟ ରିୟାଙ୍କୁ ୧୦ ଘଣ୍ଟା ଧରି ମାରାଥନ ଜେରା କରିଥିଲା ସିବିଆଇ। ରିୟାଙ୍କ ପୂର୍ବରୁ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନି ଓ ନୀରଜଙ୍କୁ ପଚରାଉଚରା କରିଛି ସିବିଆଇ।BGU

ସୁଶାନ୍ତଙ୍କ ମୃତ୍ୟ ମାମଲାରେ ରିୟା ସନ୍ଦେହ ଘେରକୁ ଆସିଛନ୍ତି। ସୁଶାନ୍ତଙ୍କ ହତ୍ୟା ପଛରେ ରିୟାଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ପରିବାର ଲୋକ। ସେପଟେ ରିୟା କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନ୍ୟାୟିକ ତଦନ୍ତରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।

Comment