ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ କ୍ଵାରେଣ୍ଟାଇନ୍‌ ଓ ୨୭ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ ଜଣ ଲେଖାଏଁ, ରାୟଗଡ଼ା ଓ ଗଜପତି ଜିଲ୍ଲାରୁ ୧୬ ଜଣ ଲେଖାଏଁ, କଟକରୁ ୧୪, ପୁରୀ ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରି, ଯାଜପୁର ଓ ନୟାଗଡ଼ରୁ ୩ ଜଣ, ସମ୍ଵଲପୁରରୁ ୨ ଜଣ, ବରଗଡ଼, କୋରାପୁଟରୁ ଜଣେ ଓ ଆଉ ଜଣେ ଏନ୍‌ଡିଆରଏଫ୍‌ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଛି। ସେହିପରି ୪,୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୯୦୩ ଜଣ ସକ୍ରିୟ ରହିଛନ୍ତି।

Comment