ଓଡ଼ିଶାଲାଇଭ୍ ବ୍ୟୁରୋ

app innovation challenhe f

ନିକଟରେ ଚୀନର ୫୯ଟି ଆପକୁ ବ୍ୟାନ କରିଛି ଭାରତ ସରକାର। ଏଥିରେ ସାମିଲ୍ ଥିଲା ଟିକଟକ, ୟୁସି ବ୍ରାଉଜର ଭଳି ଆପ୍ ଯାହା ଭାରତରେ ବେଶ୍ ଲୋକପ୍ରିୟ ଥିଲା। ତେବେ ଏହା ପରଠାରୁ ଡିଜିଟାଲ୍ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ ଯୋଜନା।

ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଭାରତର ଯୁବ ବର୍ଗଙ୍କୁ ଏକ ଆପ୍ ଚ୍ୟାଲେଞ୍ଚ ଦେଇଛନ୍ତି। ସେ କହିଛନ୍ତି,”ବର୍ତ୍ତମାନ ଭାରତୀୟ ଆପ୍ ତିଆରି କରିବା ପାଇଁ ଟେକନିକ ଓ ଷ୍ଟାଟ୍ଅପ୍ କମ୍ୟୁନିଟି ମଧ୍ୟରେ ଯଥେଷ୍ଟ ଉତ୍ସାହ ଭରି ରହିଛି। ତେଣୁ @GOL_Meity ଏବଂ @AIMtolnnovate ମିଶି ଏକ ନୂଆ ଚ୍ୟାଲେଞ୍ଚ ଆରମ୍ଭ କରିବାରୁ ଯାଉଛନ୍ତି।” ଏହି ଚ୍ୟାଲେଞ୍ଚ ଅନୂଯାୟୀ ଯଦି ଆପଣଙ୍କ ପଖରେ ଏପରି କିଛି ପ୍ରଡକ୍ଟ ବା ଟେକ୍ନିକାଲ କ୍ଷେତ୍ରରେ କିଛି ନୂତନ କରିବାର ଚିନ୍ତାଧାରା ଓ ଦକ୍ଷତା ଅଛି ତେବେ ଆପଣ ଏହି ଟେକ୍ନିକାଲ କମ୍ୟୁନିଟି ସହ ଯୋଗ ଦେଇପାରିବେ।

app innovation challenge-2

ଚାଇନିଜ ଆପ ବ୍ୟାନ କରିବା ଫଳରେ ଚାନକୁ ଅନେକ କ୍ଷତି ହୋଇଥିବାର ଶୁଣିବାକୁ ମିଳୁଛି। ତେବେ ଟେକ୍ନିକାଲ କ୍ଷେତ୍ରରେ ମଧ୍ୟ ଯେପରି ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ ସେନେଇ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି।

Comment