ଓଡ଼ିଶାଲାଇଭ ବ୍ୟୁରୋ

କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଆର୍ଥିକ କଟକଣା ଜାରି କରିଛନ୍ତି। ଆଜିଠୁ ରାଜ୍ୟରେ ୨ ବର୍ଷ ଯାଏ କୌଣସି ନୂଆ ନିଯୁକ୍ତି ସୃଷ୍ଟି କରାଯିବ ନାହିଁ ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସବୁ ବିଭାର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଖାଲି ସେତିକି ନୁହେଁ, ସରକାରୀ ଅଫିସରମାନଙ୍କ ବିଦେଶ ଗସ୍ତ ଉପରେ ବି ରୋକ ଲାଗିଛି।

  • କରୋନା ସଙ୍କଟ ଦୃଷ୍ଟିରୁ ଏବେ ନୂଆ ପଦବୀ ସୃଷ୍ଟି କରାଯିବ ନାହିଁ।
  • କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ସୁଯୋଗ ବାହାରିବ।
  • ୫ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ଆଉ ପୂରଣ କରାଯିବ ନାହିଁ।
  • ଆସନ୍ତା ୨ ବର୍ଷ ଯାଏ କୌଣସି ବିଭାଗ ନୂଆ ଗାଡ଼ି କିଣିପାରିବେ ନାହିଁ।
  • ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିପାରିବେନି।
  • ସରକାରୀ ଖର୍ଚ୍ଚରେ ବିଜିନେସ୍‌ କ୍ଲାସରେ ବିମାନରେ ଯାତ୍ରା କରିପାରିବେନି।
  • ସରକାରୀ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ ଏସି ଟ୍ରେନରେ ଯାତ୍ରା ସମ୍ପୂର୍ଣ୍ଣ ମନା।
  • ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର, ୱାର୍କସପ୍‌ ମନା।
  • ଭିଡିଓ କନଫରେନ୍ସିଂକୁ ପ୍ରଧାନ୍ୟ ଦେବାକୁ ଗୁରୁତ୍ୱ।
  • ୩୧ ମାର୍ଚ୍ଚ ୨୦୨୨ ଯାଏ ଲିଭ୍‌ ଟ୍ରାଭେଲ କନସେସନ ବନ୍ଦ।
  • ହାଉସ୍‌ ବିଲିଂ, କାର୍‌ ଓ କମ୍ପ୍ୟୁଟର  ଆଡଭାନ୍ସ ମନା।
  • ଅଫିସ୍‌, ଗେଷ୍ଟ ହାଉସ୍‌, ସରକାରୀ କୋଠା ମରାମତି ଓ ନବୀକରଣ ଖର୍ଚ୍ଚ କାଟ୍‌ ହେବ।
  • ସରକାରୀ ଅଫିସର ମରାମତି ଖର୍ଚ୍ଚ ୫ ଲକ୍ଷରୁ ବେଶୀ ହେବନାହିଁ। ଅଧିକ ପାଇଁ ଅନୁମତି ଦରକାର।
  • ସରକାରୀ କ୍ୱାର୍ଟର୍ସର ମରାମତି ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ବେଶୀ ହେଲେ ଅନୁମତି ଦରକାର।
  • ଆଉଟ ସୋର୍ସିଂ, ଅବସର ପରେ ନିଯୁକ୍ତି ଉପରେ ଲାଗିଲା ରୋକ୍‌।
  • ଜରୁରୀ ପଦବୀ ପାଇଁ ଅର୍ଥ ବିଭାଗଠାରୁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ।
  • ନୂଆ ଉପକରଣ କିଣିବା ଉପରେ କଟକଣା। କେବଳ ମେଡିକାଲ ଓ ଆଭ୍ୟନ୍ତରୀଣ ଉପକରଣ କିଣାଯାଇ ପାରିବ।
  • କୌଣସି ପ୍ରକାର ଟେଣ୍ଡର ପାଇଁ ଅନୁମତି ନାହିଁ।
  • ଯଦି କୌଣସି ଟେଣ୍ଡର ଡକା ହୋଇଥିବ ଏବଂ ତାହା ଜରୁରୀ ନଥିବ ତାହା ବାତିଲ ହୋଇପାରିବ।

Comment