ଓଡିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।

ରାଜ୍ୟର କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମରେ ଦିନକୁ ଦିନ ସଂକ୍ରମଣ ଅଣାୟତ୍ତ ହେଉଛି। ଏଥିସହ ସ୍ଥାନୀୟ ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିର୍ଦ୍ଦେଶ ଜାରି କରିଛି। ଗଞ୍ଜାମରୁ ଭୁବନେଶ୍ଵର ଆସିବା ଉପରେ କଟକଣା ଲଗାଯାଇଛି। ଏହି ସମୟରେ ଜନସାଧାରଣ ସହଯୋଗ କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିବେଦନ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ପାଞ୍ଚ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜୁଲାଇ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ। ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ଏନଏସି ଏବଂ ୮ଟି ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ।

ବୁଧବାର ଗଞ୍ଜାମରୁ ସର୍ବାଧିକ ୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରୁ ୨୮୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୩୨୧ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୨୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment