ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPD

କରୋନାର ଆତଙ୍କ ଏବେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ସ୍ଥିତି ଅସମ୍ଭାଳ କହିଲେ ଚଳେ। ଏନେଇ ଆଜିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ଓପିଡି। ହସ୍ପିଟାଲର କିଛି ରୋଗୀଙ୍କ ସମେତ କେତେକ କର୍ମଚାରୀ ମଧ୍ୟ କରୋନାର ଶିକାର ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ବିଷୟରେ ସୂତନା ଦେଇଛନ୍ତି ଏମ୍ସର ନିର୍ଦ୍ଦେଶିକା ବି.ଗୀତାଞ୍ଜଳୀ।CGU new

ପୂର୍ବରୁ ବ୍ରହ୍ମପୁର ଏମ୍.କେ.ସି.ଜି ଓପିଡିକୁ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବନ୍ଦ ରଖାଯାଇଥିଲା। ଏହା ପରେ କଟକ ଏସ୍.ସି.ବିର ଆଇସୋଲେସନ ଓ୍ୱାର୍ଡରେ ଦୁଇ ଜଣ କରୋନା ପଜିଟିଭ୍ ବାହାରିବା ପରେ ହଇଚଇ ମଚିଯାଇଥିଲା, ଯାହାଦ୍ୱାରା ଏସ୍..ସି.ବି ଓପିଡି ମଧ୍ୟ ବନ୍ଦ କରାଯାଇଛି। ଏହା ବ୍ୟତୀତ କଟକ ଶିଶୁ ଭବନରେ ମଧ୍ୟ କରୋନା ଟିହ୍ନଟ ହେବା ପରେ ଏହାର ଆଉଟଡୋରକୁ ବନ୍ଦ ରଖାଯାଇଛି। କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ୧୨ ଦିନ ଭିତରେ ୧୧୩ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଆକ୍ରାନ୍ତଙ୍କ ଭିତରେ କ୍ୟାନ୍‌ସର ରୋଗୀ, ଆଟେଣ୍ଡାଣ୍ଟ, ନର୍ସ ଓ ହସ୍ପିଟାଲର ଅନ୍ୟ କର୍ମଚାରୀ ଥିବାରୁ ଆତଙ୍କ ଖେଳିଯାଇଛି।

aiims bbsr

ଲଗାତାର ଭାବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସରକାରୀ ତଥା ଘରୋଇ ହସ୍ପିଟାଲରେ ମଧ୍ୟ ରୋଗୀ ତଥା କର୍ମଚାରୀମାନଙ୍କ ମଧ୍ୟରେ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କଲାଣି। ଏହି ସବୁକୁ ଦୃଷ୍ଟିରେ ରଖି ଏମ୍ସ ନିର୍ଦ୍ଦେଶିକା ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Comment