ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଅଦା ଚାଷ ଏକ ଲାଭଦାୟକ ଚାଷ। ତେଣୁ କେଉଁ ପ୍ରଣାଳୀରେ ଅଦା ଚାଷ କରି ଆପଣ ଭଲ ଅମଳ କରି ଲାଭବାନ ହୋଇପାରିବେ ଜାଣନ୍ତୁ।

ଅଦା ଏକ ଅର୍ଥକାରୀ ମସଲା ଜାତୀୟ ଫସଲ। ଆମ ରାଜ୍ୟର ସବୁ ଜିଲ୍ଲାରେ ଅଦା ଚାଷ କରାଯାଇଥାଏ। କୋରାପୁଟ ଜିଲ୍ଲା ଶିମିଳାଗୁଡ଼ା ବ୍ଲକ ଅନ୍ତର୍ଗତ କୁନ୍ଦୁଲି ଗ୍ରାମର ଧନୁର୍ଜୟ ତକଲିଆଙ୍କ ଭଳି ଅନେକ ଚାଷୀ ଅଦା ଚାଷ କରି ଆମ ରାଜ୍ୟରେ ଉଦାହରଣ ସାଜିଛନ୍ତି।

ଅଦା ଚାଷ ପାଇଁ ମାଟି

ଅଦା ଚାଷ ପାଇଁ ନିଗିଡ଼ା, ଦୋରସା ଓ ମଟାଳ ମାଟି ଖୁବ୍‌ ଭଲ। ଅଦାର ଅଧିକ ଅମଳକ୍ଷମ କିସମଗୁଡ଼ିକ ମଧ୍ୟରେ ସୁରଭି, ସୁରୂଚି, ସୁପ୍ରଭା ଅନ୍ୟତମ।

ଅଦାଚାଷ ପାଇଁ ହେକ୍ଟର ପ୍ରତି ୫ରୁ ୭ କ୍ୱିଣ୍ଟାଲ ଅଦା ଖଣ୍ଡ ଦରକାର ପଡ଼ିଥାଏ। ଅଦାଖଣ୍ଡଗୁଡ଼ିକୁ ଲିଟର ପ୍ରତି ୩ ଗ୍ରାମ ମାଙ୍କୋଜେବ ସହ ୦.୧ ଗ୍ରାମ ଷ୍ଟ୍ରେପଟୋସାଇକ୍ଲିନ ମିଶ୍ରଣରେ ୩୦ ମିନିଟ ବୁଡ଼ାଇ ତାକୁ ପୁଣି ଶୁଖାଇ ବିଶୋଧନ କରନ୍ତୁ।

୧ କ୍ୱିଣ୍ଟାଲ ଅଦା ବିଶୋଧନ ପାଇଁ ୨୦ ଲିଟର ପାଣିର ଦ୍ରବଣ ଆବଶ୍ୟକ ହୋଇଥାଏ।

ଅଦା ଚାଷ ପାଇଁ ସମୟ

ଆମ ରାଜ୍ୟରେ ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ଅଦା ଚାଷ କରାଯାଏ। ଅଦାଚାଷ କରିବା ପାଇଁ  ଜମିକୁ ୫ରୁ ୬ ଥର ଓଡ଼ ଗୁଣ୍ଡ ଚାଷ କରି ଶେଷ ଓଡ଼ଗୁଣ୍ଡ ଚାଷ ସମୟରେ ୧ ପ୍ରତି ୮ରୁ ୧୦ ଟନ୍‌ ସଢ଼ା କମ୍ପୋଷ୍ଟ ଖତ ପ୍ରାୟୋଗ କରନ୍ତୁ।

ଜମିକୁ ୧ ମିଟର ଓସାର ୧୫ରୁ ୨୦ ସେଣ୍ଟିମିଟରର ଉଚ୍ଚତା ବିଶିଷ୍ଟ ପଟାଳି ତିଆରି କରନ୍ତୁ।

ପଟାଳିରେ ଏକର ପ୍ରତି ୧୫୦ କେଜି  ନିମ୍ବ ପିଡ଼ିଆ ଓ ମୂଳ ସାର ପ୍ରୟୋଗ କରି ସମତୁଲ କରନ୍ତୁ।

ବିଶୋଧିତ ଅଦାଖଣ୍ଡଗୁଡ଼ିକ  ଧାଡ଼ିକୁ ଧାଡ଼ି ୨୫ ସେଣ୍ଟିମିଟର ଓ ଗଛକୁ ଗଛ ୨୦ ସେଣ୍ଟିମିଟର ବ୍ୟବଧାନରେ ୫ ସେଣ୍ଟିମିଟର ଗଭୀରରେ ଲଗାନ୍ତୁ।

ଦୁଇଟି ପଟାଳି ମଧ୍ୟରେ ଜଳସେଚନ ଓ ଜଳ ନିଷ୍କାସନ ପାଇଁ  ୩୦ ସେଣ୍ଟିମିଟରର ନାଳି ତିଆରି କରନ୍ତୁ। ଅଦା ଲଗାଇବା ପରେ ଏକର ପ୍ରତି ୪/୫ ଟନ୍‌ କଞ୍ଚା ଡାଳ ପତ୍ର ଘୋଡ଼ଇ ଦେଇ ଜଳସେଚନ କରନ୍ତୁ।CGU new

ଅଦା ଲଗାଇବାର ୪୫ ଦିନ ଓ ୯୦ ଦିନରେ କୋଡ଼ା ଖୋସା କରି ଅନାବନା ଘାସ ବାଛି ଦିଅନ୍ତୁ।

ଏହାପରେ ହୁଡ଼ା ଟେକି ସାର ପ୍ରୟୋଗ କରନ୍ତୁ।

ବର୍ଷାଦିନକୁ ଛାଡ଼ି ଅନ୍ୟ ଦିନରେ ୧୦ରୁ ୧୫ ଦିନ ବ୍ୟବଧାନରେ ଜଳସେଚନ କରନ୍ତୁ।

ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଅଦା ଫସଲରେ ରୋଗ ପୋକ ପରିଚାଳନା କରନ୍ତୁ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment