ଓଡ଼ିଶାଲାଇଭ୍ ବ୍ୟୁରୋ

india-china

ଭାରତ-ଚୀନ ସୀମା ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ମଙ୍ଗଳବାର ଦିନ ଦୁଇ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକ ପୂର୍ବ ଲଦାଖର ଚୁସୁଲଠାରେ ଅନୁଷ୍ଠିତ ହୋଇଥିଲା।

CGU new

ସକାଳ ୧୧.୩୦ରୁ ଆରମ୍ଭ ହୋଇଥିଲା ଏହି ଚତୁର୍ଥ କମାଣ୍ଡର ସ୍ତରୀୟ ବୈଠକ। ବିଭିନ୍ନ ଦିଗ ଉପରେ ତର୍କ-ବିତର୍କ ଓ ତର୍ଜମା ପରେ ରାତି ପ୍ରାୟ ୨ଟାରେ ଏହା ଶେଷ ହୋଇଥିଲା। ତେବେ ଏହି ବୈଠକରେ ଏଲଏସିରୁ ଦ୍ୱିତୀୟ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହ ଏଲଏସି ନିକଟସ୍ଥ ସୈନ୍ୟ ପ୍ରତିଷ୍ଠାନଗୁଡ଼ିକରୁ ବହୁ ସଂଖ୍ୟାକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର କରିବା ବିଷୟ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

india-china meeting

ତେବେ ଭାରତ ପକ୍ଷରୁ ପୂର୍ବ ଲଦାଖର ସମସ୍ତ ଅଞ୍ଚଳରେ ପୂର୍ବ ସ୍ଥିତିର ପୁନରୁଦ୍ଧାର ପାଇଁ ଦାବି କରାଯାଇଥିବା ବେଳେ ଏହି ଅଞ୍ଚଳଗୁଡ଼ିକରେ ଚୀନର ନୂତନ ଦାବିକୁ ନେଇ ମଧ୍ୟ ଚିନ୍ତା ଉପଜୁଥିଲା। ଏହା ବ୍ୟତୀତ ପେଙ୍ଗଙ୍ଗ ହ୍ରଦ ସହ ଚୀନର ଅନ୍ୟ ଅଞ୍ଚଳଗୁଡ଼ିକରୁ ଚୀନ ସୈନ୍ୟ ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରିଥିଲା ଭାରତ। ତେବେ ଏନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ। ପୂର୍ବରୁ ଜୁନ୍ ୬, ୨୨ ଓ ୩୦ ତାରିଖରେ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହ ଭାରତ-ଚୀନ ସୀମାକୁ ନେଇ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା।

Comment