ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ନାଟକ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିତ୍ଵ ବିଜୟ ମିଶ୍ରଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଜି ଜନ୍ମଦିନ। ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହିତ ସିନେମା ଓ ଧାରାବାହିକରେ ସଂଳାପ ଲେଖି ପ୍ରତି ଓଡ଼ିଆଙ୍କ ନିକଟରେ ସେ ପରିଚିତ। ୧୯୩୬, ଜୁଲାଇ ୧୬ ତାରିଖରେ ତାଙ୍କ ଭଳି ଜଣେ ଅନନ୍ୟ ଓ ଅସାଧାରଣ ବ୍ୟକ୍ତିଙ୍କ ଜନ୍ମ ହୋଇଥିଲା।

ସେ ତାଙ୍କ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ। ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମ‌ସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

୧୯୬୦ରେ ବିଜୟ ମୋହନ ତାଙ୍କର ପ୍ରଥମ ନାଟକ ଜନନୀ ଲେଖିଥିଲେ। ତାପରେ ‘ଅଶାନ୍ତ ଗ୍ରହ’, ‘ତଟ ନିରଞ୍ଜନା’, ‘ଶବବାହାକମାନେ’, ‘ଆର୍ତ୍ତନାଦ’, ‘ଅସହ୍ୟ ସହର’, ‘ଯାଦୁକର’, ‘ଏଠି ସେଠି ସବୁଠି’, ‘ବାନପ୍ରସ୍ଥ’, ‘ତିମିରି ତୀର୍ଥ’, ‘ଧର୍ମାବତାର’, ‘ଦୁଇଟି ସୂର୍ଯ୍ୟଦଗ୍‌ଧ ଫୁଲକୁ ନେଇ’ ଆଦି ରଚନା କରିଥିଲେ।

ମାତ୍ର ୨୧ ବର୍ଷ ବୟସରେ, ସେ ନିଜର ପ୍ରଥମ ନାଟକ, ‘ଜନନୀ’ ରଚନା କରିଥିଲେ। କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରିନଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳଦ୍ୱାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ଧରି ସଫଳତାର ସହ ମଞ୍ଚସ୍ଥ ହୋଇଥିଲା।CGU new

ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା।

ବିଜୟ ଜଣେ ଇଞ୍ଜିନିୟର ଥିଲେ। କିନ୍ତୁ ସେ ଲେଖା ଲେଖି ବେଶୀ ସମୟ କାଟୁଥିଲେ। ତାଙ୍କ ବାପା କିନ୍ତୁ ବିଜୟ ଏହି ଲାଇନରେ ପଶନ୍ତୁ ତାହା ଚାହୁଁନଥିଲେ। କାରଣ ବଡ଼ ପରିବାରରେ ବିଜୟ ବଡ଼ ପୁଅ ଥିଲେ। ତେଣୁ ତାଙ୍କ ବାପା ପୁଅର ରୋଜଗାର ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। କିନ୍ତୁ ବିଜୟ ଲେଖା ଲେଖି ଛାଡ଼ି ପାରିନଥିଲେ।

୧୯୮୦ରେ ବିଜୟ  ‘ଯାଦୁକର’ ପାଇଁ  ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏଥିରେ ତାଙ୍କ ବାପା ଖୁସି ହୋଇଥିଲେ।

ଜୀବନ ବ୍ୟାପି ତାଙ୍କର ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, କେନ୍ଦ୍ର ସଙ୍ଗୀତ ନାଟକ ନାଟକ ଏକାଡେମୀ ପୁରସ୍କାର ଓ ଜୟଦେବ ପୁରସ୍କାର ଆଦିରେ ସେ ସମ୍ମାନିତ ହୋଇଛନ୍ତି।

Comment