ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଧାନ ଫସଲରେ ପତ୍ର ଆଚ୍ଛାଦ ପୋଡ଼ା ରୋଗ ବହୁ ପରିମାଣରେ ଧାନ ଫସଲରେ କ୍ଷତି ଘଟାଇଥାଏତେଣୁ ଏହି ରୋଗର ପ୍ରତିକାର କିଭଳି କରିବେ ଜାଣନ୍ତୁ।

ଆମ ରାଜ୍ୟରେ ବିଭିନ୍ନ ଫସଲ ହେଉଥିଲେ ସୁଦ୍ଧା ସାଧାରଣତଃ ଚାଷୀମାନେ ଧାନ ଫସଲ ଉପରେ ସବୁଠୁ ଅଧିକ ନିର୍ଭର କରିଥାନ୍ତି। ବେଳେ ବେଳେ ଧାନ ଫସଲରେ କବକ ଜନିତ ପତ୍ର ଆଚ୍ଛାଦ ପୋଡ଼ା ରୋଗ ଅନେକ ପରିମାଣରେ ଧାନ ଫସଲରେ କ୍ଷତି ଘଟାଇଥାଏ।

ପିଲ ଦେବା ସମୟରୁ କେଣ୍ଡା ବାହାରିବା ପର୍ଯ୍ୟନ୍ତ ଏହି ରୋଗ ଧାନ ଗଛକୁ ଆକ୍ରମଣ କରିଥାଏ। ଏହି ରୋଗ ଆକ୍ରମଣ କଲେ ପାଣିଧାରର ଠିକ ଉପରକୁ ଧାନଗଛର ଆଚ୍ଛାଦରେ ଅଣ୍ଡାକୃତିର ଧୁସର, ସବୁଜ ଦାଗ ସୃଷ୍ଟି ହୋଇଥାଏ। ଦାଗଗୁଡ଼ିକ ବଢ଼ିବା ସଙ୍ଗେ ସଙ୍ଗେ  ଦାଗର ରଙ୍ଗ ଧୂସୁରିଆ ଧଳା ରଙ୍ଗ ହେବା ସହିତ ଧାରଗୁଡ଼ିକ କଳା ଧୂସୁରିଆ ରଙ୍ଗା ହୋଇଥାଏ।

ପତ୍ର ଆଚ୍ଛାଦ ଉପରେ ଦାଗଗୁଡ଼ିକ ବୋଡ଼ା ସପାର କାତି ଭଳି ଦେଖାଯାଏ। ପରବର୍ତ୍ତୀ ଅବସ୍ଥାରେ ଏହି ଦାଗଗୁଡ଼ିକ ଉପର ଅଂଶକୁ ବଢ଼ିଯାଏ। ଏହା ସମ୍ପୂର୍ଣ୍ଣ ପତ୍ରକୁ ବ୍ୟାପି ଯାଏ ଓ ପତ୍ର ଟି ମରିଯାଏ।

ପତ୍ର ଆଚ୍ଛାଦର ଭିତର ପାଖରେ ମଧ୍ୟ ଏହି ଆକ୍ରମଣ ଦେଖାଦିଏ। ଫଳରେ ଗଛଟି ମରିଯାଏ। ଏହି ରୋଗ ଆକ୍ରମଣ ଫଳରେ ଅମଳରେ ପଭୃତ କ୍ଷତି ହେବା ସଙ୍ଗ ସଙ୍ଗେ ଅମଳ ହୋଇଥିବା ଶସ୍ୟଦାନାଗୁଡ଼ିକ ପୃଷ୍ଟ ହୋଇନଥାଏ।

ରୋଗର ପ୍ରତିକାର

ଏହି ରୋଗ ଲାଗୁଥିବା ଅଞ୍ଚଳରେ ସ୍ୱର୍ଣ୍ଣ, ସାବିତ୍ରୀ, ଲଲାଟ କିସମର ଧାନ ଚାଷ କରନ୍ତୁ ନାହିଁ।

ଧାନ କ୍ଷେତକୁ ଘଞ୍ଚ ନକରି ତାକୁ ଆଡ଼ିରେ ବୁଣନ୍ତୁ କିମ୍ବା ଧାଡ଼ିରେ ରୁଅନ୍ତୁ।

ଅଧିକ ଯବକ୍ଷାରଯାନ ପ୍ରୟୋଗ କରନ୍ତୁ ନାହିଁ।

ଶତକଡ଼ା ଦଶ ଭାଗରୁ ଅଧିକ ବିଲ ଆକ୍ରାନ୍ତ ହୋଇଥିଲେ ଭାଲିଡା ମାଇସିନ -୩ L, ଏକ ଲିଟର ପାଣିରେ ୪ ମିଲିଲିଟର କିମ୍ବା ପ୍ରୋପିକୋନାଜଲ ୩୫% ଇ.ସି ୧ ଲିଟର ପାଣିରେ ୧ ମିଲିମିଟର କିମ୍ବା ଫ୍ଲୁସିଲାଜୋଲ ୪୦%, ୧୦ ଲିଟର ପାଣିରେ ୬ ମିଲି ମିଟର ବା ଡାଇଫେନ୍‌ କୋନାଜଲ୍‌ ୪୫% ଇ.ସି ୧ ଲିଟର ପାଣିରେ ୧ ମିଲିମିଟର ମିଶାଇ ସିଞ୍ଚନ କରନ୍ତୁ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment