ଓଡ଼ିଶାଲାଇଭ୍ ବ୍ୟୁରୋ

police station-1

ଥାନାରେ ଲାଗୁ ହେବ ନୂଆ ଗାଇଡଲାଇନ। ଏନେଇ ସୂଚନା ଜାରି କରିଛନ୍ତି ଡିରେକ୍ଟର ଜେନେରାଲ ଅଫ୍ ପୋଲିସ୍। ଥାନାରେ କେଉଁଭଳି ଭାବେ ଲୋକମାନଙ୍କ ଅଭିଯୋଗ ବୁଝାଯିବ ସେନେଇ ପ୍ରସ୍ତୁତ କରାଯାଇଛି ଏହି ଗାଇଡଲାଇନ।

ତେବେ ନୂଆ ଗାଇଡଲାଇନ ଅନୁସାରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ କଣ୍ଟ୍ରୋଲ ରୁମ। ଏହି କଣ୍ଟ୍ରୋଲ ରୁମର ନମ୍ବର ଟୁଇଟର ଏବଂ ଫେସବୁକରେ ଦିଆଯିବ। ଏହା ସହ ପ୍ରତ୍ୟକ ଥାନାର ଲ୍ୟାଣ୍ଡଲାଇନ ନମ୍ବର ମଧ୍ୟ ସୋସିଆଲ ମିଡିଆରେ ଛଡ଼ାଯିବ।

ଥାନାର ଫୋନକୁ ଆସୁଥିବା ସମସ୍ତ ଅଭିଯୋଗ ତଦାରଖ ଦାୟିତ୍ୱରେ ରହିବେ ଏସପି ଏବଂ ଡିଏସପି। ଏହା ସହ ପ୍ରତ୍ୟକ ଥାନାରେ ଏକ ରିସେପସନ୍ ସେଣ୍ଟର ରହିବ। ଏହି ସେଣ୍ଟରରେ ଅଭିଯୋଗକାରୀମାନେ ଅଭିଯୋଗ କରିପାରିବେ।

police

ତେବେ ଏହି ରିସେପସନ୍ ସେଣ୍ଟର ଥାନାର ମୁଖ୍ୟ କାର୍ଯ୍ୟାଳୟଠାରୁ କିଛି ଦୂରରେ ରହିବ। ଯଦି କୌଣସି ଘରର ବ୍ୟବସ୍ଥା ନଥାଏ ତେବେ ଏଥିପାଇଁ ଟେଣ୍ଟ ଲାଗିବ। ଏଠାକୁ ଆସୁଥିବା ଅଭିଯୋଗକାରୀମାନେ କରୋନାର ସବୁ ନିୟମ ମାନିବେ ଅର୍ଥାତ ମାସ୍କ ଲଗାଇବେ ଏବଂ ହାତ ଧୋଇବେ। ଏହା ସହ ଏହି ରିସେପସନ ଏରିଆକୁ ନିୟମିତ ଭାବେ ବିଶୋଧନ ମଧ୍ୟ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି।

ଡିଆଇଜି, ଏସପି ଏବଂ ଡିଏସପିଙ୍କ କାର୍ଯ୍ୟାଳୟ ମୁ୍ଖ୍ୟ ଦ୍ୱାରରେ ଏକ ଅଭିଯୋଗ ବକ୍ସ ରହିବା ସହ ଫୋନ ନମ୍ବରର ଡିସପ୍ଲେ ମଧ୍ୟ ଲାଗିବ।। ଏହି ଅଭିଯୋଗ ବକ୍ସରେ ଲୋକମାନେ ନିଜର ଅଭିଯୋଗ ଲେଖି ପକାଇପାରିବେ।

Comment