ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ବରଗଡ଼ ଜିଲ୍ଲାର ୪ଟି ବ୍ଲକ ଏବଂ ସୁବର୍ଣ୍ଣପୁର ଜିଲ୍ଲା ଗୋଟିଏ ବ୍ଲକର ଚାଷଜମିକୁ ପାଣି ମାଡ଼ିବାରେ ଯେଉଁ ଅସୁବିଧା ହେଉଥିଲା ସେନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏସବୁ ଅଞ୍ଚଳର ଚାଷଜମିକୁ ସହଜରେ ପାଣି ଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୧୮୩.୬୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୨୪ଟି ଗାଁର ୨୫ ହଜାର ୬୦୦ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ମିଳିବ।

ବିଜେପୁର ବ୍ଲକର ୭୭ଟି ଗାଁ, ସୋହେଲା ବ୍ଲକର ୨୩, ବରପାଲି ଏବଂ ବରଗଡ଼ ବ୍ଲକର ୧୯ଟି ଏବଂ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୫ଟି ଗାଁକୁ ଜଳସେଚନ ହୋଇପାରିବ। ୩୦ ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ଏହିସବୁ ଅଞ୍ଚଳର ଚାଷଜମିକୁ ବରଗଡ଼ କେନାଲରୁ ପାଣି ଯାଉ ନଥିଲା। ଫଳରେ ମରୁଡ଼ି ଦେଖାଦେଉଥିଲା। ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଘୋଷଣା କରିଥିଲେ।

Comment