ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସ ବିଭାଗକୁ କରୋନା ଚିନ୍ତା ଘାରିଛି। ବିଶେଷକରି ଟୁଇନ୍ ସିଟିରେ ପୋଲିସ କର୍ମଚାରୀମାନେ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବା ଜଣାପଡ଼ିଛି। ଦିନକୁ ଦିନ ପୋଲିସ କର୍ମଚାରୀଙ୍କ ଭିତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କମିସନରେଟ ପୋଲିସ ଓ କଟକରେ ଥିବା ପୋଲିସ ମୁଖ୍ୟାଳୟରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି। ପୋଲିସଙ୍କ ଅବସ୍ଥା କ’ଣ ସେ କଥା ବୁଝିବାକୁ କେହି ନଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ ସେବା ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଛି।

କଟକ ଓ ଖୋର୍ଦ୍ଧା କରୋନା ହଟ୍‌ସ୍ପଟ୍ ହୋଇଥିବାରୁ ପୋଲିସ କର୍ମଚାରୀମାନେ ସାଙ୍ଘାତିକ ଭାବେ ଆକ୍ରାନ୍ତ ହେଉଛନ୍ତି। ଫଳସ୍ୱରୂପ ଦୁଇଟି ଯାକ ଡିସିପି ଅଫିସକୁ ବନ୍ଦ କରି ଦିଆଯାଇଛି। ଅଧିକାଂଶ ପୋଲିସ ଥାନାରେ ମଧ୍ୟ ସମାନ ଅଵସ୍ଥା। ଖାଲି ସେତିକି ନୁହେଁ, କିଛି ବାଟାଲିୟନରେ ବି କରୋନା ପଶିଲାଣି।

ଅଧିକରୁ ଅଧିକ ପୋଲିସ କର୍ମଚାରୀ ସଂକ୍ରମିତ ହେବା ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏଥିସହିତ ଆଇସୋଲସନ୍‌ରେ ରହିବା ଫଳରେ ପୋଲିସର ଦୈନନ୍ଦିନ କାର୍ଯ୍ୟ ସୂଚାରୁ ରୂପେ ଚାଲିପାରୁନାହିଁ। କରୋନା ଭୂତାଣୁ ଆସିବା ପରେ ପୋଲିସ କାର୍ଯ୍ୟାଳୟଗୁଡ଼ିକରେ ସ୍କ୍ରିନିଂ କଡ଼ାକଡ଼ି କରା ଯାଇଥିଲା ସତ, ହେଲେ ପଜିଟିଭ୍ ସଂଖ୍ୟା ବଢ଼ିବା ଯୋଗୁଁ ଦୈନିକ କାମ କରିବା ପାଇଁ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି।BGUସାଦା ଗଣିତ କହୁଛି ଟୁଇନ୍ ସିଟି ଓ ଖୋର୍ଦ୍ଧାର ପ୍ରାୟ ୫୦୦ ପୋଲିସ କର୍ମଚାରୀଙ୍କୁ କରୋନା ଡେଇଁଚି। କଟକ ମୁଖ୍ୟ ଦପ୍ତରରେ ମଧ୍ୟ ସମାନ ପରିସ୍ଥିତି। ଏପରିକି ଯେଉଁମାନେ ଡ୍ୟୁଟିରେ ଅଛନ୍ତି ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରହିବାକୁ ପଡୁଛି।

କରୋନା ଏତେ ମାତ୍ରାରେ ଟୁଇନ୍ ସିଟି ପୋଲିସକୁ ମାଡ଼ିଛି ଯେ ଅଧିକାଂଶ ବିଭାଗ ନାଚାର। କ୍ରାଇମବ୍ରାଞ୍ଚର ପ୍ରାୟ ୩୦ କର୍ମଚାରୀ ଓ ଅଫିସର, ଏବଂ ସ୍ପେଶାଲ ଟାସ୍କଫୋର୍ସର ବହୁ କର୍ମଚାରୀ ଏବେ ଚିକିତ୍ସାଧୀନ ଅଛନ୍ତି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି। ଏଣୁ ପୋଲିସ ବିଭାଗର ତଳୁ ଉପରୁ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here