ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା କଟକଣା କୋହଳ ହୋଇଥିବା ବେଳେ ଆଜି ମଦ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଏଣିକି ସକାଳ ସାଢ଼େ ୧୦ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ବୋଲି ସୂଚନା ମିଳିଛି। ଏହି ସମୟ ମଧ୍ୟରେ ହୋମ୍‌ ଡେଲିଭରି ମଧ୍ୟ ହୋଇପାରିବ। ତେବେ ଏଥିପାଇଁ ସର୍ତ୍ତାବଳୀ ଲାଗୁ ହେବ ବୋଲି ଜଣାପଡ଼ିଛି।

ବିଦେଶୀ, ବିୟର, ଦେଶୀ ମଦ ଦୋକାନଗୁଡ଼ିକ ସକାଳ ସାଢ଼େ ୧୦ରୁ ଖୋଲିବ। ତେବେ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକୁ ଛାଡ଼ି ଅନ୍ୟ ସବୁ ଜାଗାରେ ମଦ ଦୋକାନ ଖୋଲିପାରିବ ବୋଲି ସୂଚନା ମିଳିଛି।BGUକରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଥମେ ମଦ ଦୋକାନଗୁଡ଼ିକ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ହେବା ପରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ କାଉଣ୍ଟର ଖୋଲା ରହୁଥିଲା। ଏବେ ନାଇଟ୍‌ କର୍ଫ୍ୟୁ ଉଠାଇ ଦିଆଯାଇଥିବା ବେଳେ ସରକାର ମଦ ଦୋକାନ ଖୋଲିବା ସମୟକୁ ବଢ଼ାଇ ଦେଇଛନ୍ତି।

Comment