ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ। ଶନିବାର ଉପ-ରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ୧୩୫୦ କୋଟି ଟଙ୍କାର ସ୍ପେଶାଲ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।

ପ୍ୟାକେଜ ଘୋଷଣା ସମୟରେ ଉପ-ରାଜ୍ୟପାଳ ଘୋଷଣା କରିଛନ୍ତି ଯେ, ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଘାଟି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅଧା ବିଜୁଳି ଓ ପାଣି ବିଲ୍ ଦେବେ।ଏହି ଆର୍ଥିକ ପ୍ୟାକେଜ୍ ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଜଡ଼ିତ ଥିବା ଲୋକମାନେ ବେଶ୍ ଲାଭବାନ ହେବେ। ଯାହାଦ୍ୱାରା ଜମ୍ମୁ କଶ୍ମୀରର ଉନ୍ନତି ହେବ। ଆତ୍ମନିର୍ଭର ଭାରତ ଗଠନରେ ଏହି ପ୍ୟାକେଜ୍ ବେଶ ସହାୟକ ହେବ। ଜମ୍ମୁ କଶ୍ମୀରବାସୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏହି ପ୍ୟାକେଜ୍ ଘୋଷଣା ହୋଇଛି ବୋଲି ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ପରିବହନ ବ୍ୟବସାୟକୁ ଏଥିରୁ ସାହାଯ୍ୟ ମିଳିବ। ତା’ସହ ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ବିକାଶ ହୋଇପାରିବ। ଭବିଷ୍ୟତରେ ଜମ୍ମୁ କଶ୍ମୀରକୁ ଏକ ସମୃଦ୍ଧ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିବେ ବୋଲି ସେ କହିଛନ୍ତି।

Comment