ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କରୋନା ପାଇଁ ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ଅଧିବେଶନ ହେବ। ସଂସଦ ଭଳି ବିଧାନସଭା ସିଟରେ କାଚ ଲାଗିବ। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

କେବଳ ପ୍ରଶ୍ନକାଳକୁ ଛାଡ଼ି ନିୟମ ଅନୁସାରେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଦି ଅନ୍ୟ ସବୁ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।

ସେହିପରି ବସିବା ପାଇଁ ବିଧାୟକମାନେ ପରସ୍ପରଠାରୁ ୪ ଫୁଟ୍‌ ଦୂରତା ରଖିବେ। ଦର୍ଶକଙ୍କ ଗ୍ୟାଲେରିରେ ମଧ୍ୟ ବିଧାୟକ ବସିବେ। ଏଥିପାଇଁ ୧୪୫ଟି ସିଟ୍‌ ପ୍ରସ୍ତୁତ କରାଯାଇଛି।

ଯେଉଁ ବରିଷ୍ଠ ବିଧାୟକମାନେ ଆସିବେ ନାହିଁ ସେମାନେ ଆଗକୁ ଆଗୁଆ ସୂଚନା ଦେବେ। ସେମାନେ ନିଜ ଘରେ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫେରନ୍ସି ଜରିଆରେ ଯୋଡ଼ି ହୋଇପାରିବେ। ଗଣମାଧ୍ୟମ ପାଇଁ ମଧ୍ୟ କଟକଣା ରଖାଯାଇଛି। ସବୁ ଗଣମାଧ୍ୟମର ଗୋଟିଏ ଟିମ୍‌କୁ ହିଁ ଅନୁମତି ମିଳିବ।

Comment