ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସକୁ ନେଇ ମ୍ୟାନେଜର କରିସ୍ମାଙ୍କ ସହ ହ୍ୱାଟ୍ସଆପରେ ହୋଇଥିବା ଚାଟକୁ ସ୍ୱୀକାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍। ହେଲେ ସେ ଡ୍ରଗ୍ସ ସେବନ କରିନାହାନ୍ତି ବୋଲି ଏନସିବିକୁ କହିଛନ୍ତି।

ବଲିଉଡରେ ଡ୍ରଗ୍ସ କାରାବାର ଘଟଣାକୁ ନେଇ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଚରାଉଚୁରା କରୁଛି। ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଦୀପିକାଙ୍କୁ ସାମ୍ନାସାମ୍ନି ବସାଇ ଏନସିବିର ୫ ଜଣିଆ ଟିମ୍ ଦୁଇ ଜଣଙ୍କୁ ଜେରା କରୁଛି।ଆଜି ଦୀପିକା ପ୍ରଥମେ ଆସି ଏନସିବି ପାଖରେ ହାଜର ହୋଇଥିଲେ। ଏହାପରେ ତାଙ୍କର ମ୍ୟାନେଜର କରିସ୍ମା ପ୍ରକାଶ ଆଶି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଦୁହିଁଙ୍କୁ ସାମ୍ନାସାମ୍ନି ବସାଯାଇ ପଚରାଉଚୁରା କରାଯାଉଛି। ଏହି ଦୁଇଜଣ ବଲିଉଡ୍ ସେଲିବ୍ରିଟିଙ୍କ ସହିତ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁରଙ୍କ ମଧ୍ୟ ଆଜି ଏନସିବି ପଚରାଉଚୁରା କରୁଛି। ଏହି ଜେରାରେ ବଲିଉଡ ଡ୍ରଗ୍ସ ଲିଙ୍କ୍ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବା ସମୟରେ କ୍ରାଇମବ୍ରାଞ୍ଚଙ୍କୁ ଡ୍ରଗ୍ସ ଲିଙ୍କର ସୁରାକ୍ ମିଳିଥିଲା। ଏହାପରେ ଏହି ଡ୍ରଗ୍ସ ଲିଙ୍କ୍ ଘଟଣାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ କରୁଛି। ଏହି ଘଟଣାରେ ବଲିଉଡର ପ୍ରାୟ ୫୦ରୁ ଅଧିକ କଳାକାର ସମ୍ପୃକ୍ତ ଥିବା ଏନସିବିକୁ ସୂଚନା ମିଳିଛି।

Comment