ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ମା’ ଲକ୍ଷ୍ମୀଙ୍କର ଏକ ମନ୍ଦିର ଅଛି। ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନା, ଗହଣା ଦିଆଯାଇଥାଏ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିବେ ବି ସତ। ତେବେ ଏଠାରୁ ପ୍ରସାଦ ଆକାରରେ ପାଇଥିବା ଅଳଙ୍କାରକୁ ମଧ୍ୟ ଲୋକେ ବ୍ୟବହାର କରିନଥାନ୍ତି। ବରଂ ଘରେ ସାଇତି ରଖିଥାନ୍ତି। ଘରେ ଏହାକୁ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଖାସ କରି ଦୀପାବଳି, ଧନତେରାସରେ ଏଠାରେ ପାଞ୍ଚଦିନ ଧରି ଉତ୍ସବ ପାଳନ କରାଯାଇଥାଏ। ଏହି ଦିନମାନଙ୍କରେ ମା’ଙ୍କ ମନ୍ଦିରକୁ ଫୁଲରେ ନସଜେଇ ଭକ୍ତମାନେ ଦାନ କରିଥିବା ବିଭିନ୍ନ ଟଙ୍କା ଓ ସୁନାଗହଣାରେ ସଜା ଯାଇଥାଏ।

ଏଥିସହ ଏହି ଦିନମାନଙ୍କରେ ମନ୍ଦିରରେ କୁବେର ଦରବାର ବୋଲି ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥାଏ। ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ପ୍ରସାଦ ଆକାରରେ ବିଭିନ୍ନ ପ୍ରକାରର ସୁନାଗହଣଆ ଓ ଅଳଙ୍କାରମାନ ପ୍ରଦାନ କରାଯାଇଥାଏ। ଦୀପାବଳୀ ଦିନ ମାଙ୍କ ମନ୍ଦିର ଭକ୍ତମାନଙ୍କପାଇଁ  ୨୪ଘଣ୍ଟା ଖୋଲା ରହିଥାଏ। ଏଥିସହ ସମସ୍ତ ଭକ୍ତଙ୍କୁ ମାଙ୍କ ପ୍ରସାଦରେ ସୁନା ଗହଣା, ଅଳଙ୍କାର ଓ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥାଏ।

ମଧ୍ୟପ୍ରଦେଶର ଏହି ମନ୍ଦିରରେ ବର୍ଷସାରା ଭକ୍ତମାନେ ମହାଲକ୍ଷ୍ମୀଙ୍କୁ ବିଭିନ୍ନ ସୁନାଗହଣା ଓ ଅଳଙ୍କାର ଦାନ କରିଥାନ୍ତି। ପୂର୍ବରୁ ରାଜା ରାଜ୍ୟର ଉନ୍ନତି ପାଇଁ ମନ୍ଦିରକୁ ବିଭିନ୍ନ ପ୍ରକାର ଅଳଙ୍କାର ଓ ସୁନାଗହଣା ଆଦି ଦାନ କରୁଥିଲେ। ଯାହା ବର୍ତ୍ତମାନ ସେହି ଅଞ୍ଚଳର ସାଧାରଣ ଲୋକ କରୁଛନ୍ତି।

Comment