ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ। ପମ୍ପୋର ଜିଲ୍ଲା କାନ୍ଧିଜଲ ବ୍ରିଜ୍ ନିକଟରେ ଏହି ଅତର୍କିତ ଆକ୍ରମଣ ଦେଖିବାକୁ ମିଳିଛି। ଏଥିରେ ଦୁଇଜଣ ଭାରତୀୟ ଯବାନ ସହିଦ ହେବା ସହିତ ୫ ଜଣ ଯବାନ ଆହତ ହୋଇଥିବା ଖବର ମିଳିଛି।

ସୋମବାର ସିଆରପିଏଫ୍ ୧୧୦ ବାଟାଲିୟନ ଓ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ବ୍ରିଜ୍ ନିକଟରେ ମୁତୟନ ଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଗୁଳିରେ ୨ ଯବାନ ସହିଦ ହୋଇଥିଲେ।

ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ସେହି ସ୍ଥାନରୁ ଲୁଚି ପଳାଇଛନ୍ତି। ଏହାପରେ ତାଙ୍କୁ ଖୋଜିବା ପାଇଁ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟପଟେ ଆହତ ଯବାନମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment