ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହମାରୀ ବିଶ୍ୱର ପ୍ରାୟ ସବୁଦେଶକୁ ପ୍ରଭାବିତ କରିଛି। ସବୁଦେଶର ଅର୍ଥ ବ୍ୟବସ୍ଥା ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଆର୍ଥିକ ସଙ୍କଟ ଯୋଗୁଁ ଅନେକ ଲୋକ ପିତାମାତା ହେବାର ଯୋଜନାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ଏପରି ସ୍ଥିତିରେ ବିଶ୍ୱର ଏକ ଦେଶ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଏହି କରୋନା ସମୟରେ ବାପା, ମା’ ହେବାର ସୌଭାଗ୍ୟ ଅର୍ଜନ କରିବେ ସେମାନଙ୍କୁ ସରକାର ଟଙ୍କା ଦେବେ। ତେବେ ଏହି ନିୟମ ସିଙ୍ଗାପୁର ସରକାର ଆଣିଛନ୍ତି।

ରିପୋର୍ଟ ଅନୁଯାୟୀ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ହେଙ୍ଗ ସ୍ୱୀ କିଟ୍ ଏହି ଘୋଷଣା କରିଛନ୍ତି। ତାଙ୍କ କହିବା କଥା କରୋନା ଯୋଗୁଁ ଅନ୍ୟ ଦେଶମାନଙ୍କ ପରି ସିଙ୍ଗାପୁରର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନେ ପିତାମାତା ହେବାରେ ଯୋଜନାକୁ ସ୍ଥଗିତ ରଖୁଛନ୍ତି। ଲୋକଙ୍କ ଏହି ସଙ୍କଟ ସମୟରେ ଆର୍ଥିକ ସହଯୋଗ କରିବାକୁ ଏଭଳି ଘୋଷଣା ହୋଇଛି।

ତେବେ ଅନ୍ୟ ଦେଶ ତୁଳନାରେ ସିଙ୍ଗାପୁରେ ଶିଶୁ ଜନ୍ମ ହାର କମ୍। ଶିଶୁ ଜନ୍ମ ହାର ବୃଦ୍ଧି କରିବାକୁ ବଧ୍ୟ ସରକାର ଲଗାତର ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଦେଶରେ ଏବେ ସୁଦ୍ଧା ୫୭ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

Comment