ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସ୍ଥଳଭାଗ ଅତିକ୍ରମ କରିଛି। ଉତ୍ତର ଆନ୍ଧ୍ରର କାକିନଡ଼ା ନିକଟରେ ଅବପାତ ଅତିକ୍ରମ କରିଛି। ଆଜି ସକାଳ ୬ଟା ୩୦ରୁ ୭ଟା ୩୦ ମିନିଟ୍ ଭିତରେ ଏହା ସ୍ଥଳଭାଗ ଛୁଇଁଥିବା ନେଇ ସୂଚନା ମିଳିଛି।

ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିବା ପ୍ରଭାବରେ ଉତ୍ତର ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ସେହିପରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, ଗଜପତି, ରାୟଗଡ଼ା, କୋରାପୁଟ ଓ ଗଞ୍ଜାମରେ ପ୍ରବଳ ବର୍ଷା ଜାରି ରହିଛି। ଏହି ୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି କହିଛନ୍ତି। ଆଜି ଦ୍ଵିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ ବୋଲି ସେ ସୂଚନା ଦେଇଛନ୍ତି।

Comment