ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବର୍ଷା ଯୋଗୁଁ ଏହି ସମୟରେ ରାସ୍ତାଘାଟ ଭଲଭାବରେ ଦେଖା ନ ଯାଇପାରେ। ଏଥିପାଇଁ ଟ୍ରାଫିକ୍ ଜାମ୍ ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରବଳ ବର୍ଷା ପାଇଁ ରାସ୍ତାଗୁଡ଼ିକ ଖସଡ଼ା ହୋଇପାରେ। ତେଣୁ ଗାଡ଼ି ଧୀରେ ଚଲାଇବା ସହ ଯେତେ ସମ୍ଭବଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Comment