ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମଙ୍ଗଳବାର ମୋଦୀ ନିଜେ ଟୁଇଟ୍ କରି ଏନେଇ ସୂଚନା ଦେବା ସହିତ ଦେଶବାସୀଙ୍କୁ ତାଙ୍କ ସହ ଯୋଡ଼ିହେବାକୁ ଅପିଲ୍ କରିଛନ୍ତି।

ମୋଦୀ ଟୁଇଟ୍ କରି ଲେଖିଛନ୍ତି, “ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ସନ୍ଦେଶ ରଖିବି। ଆପଣମାନେ ନିଶ୍ଚୟ ଏଥିରେ ଯୋଡ଼ି ହୁଅନ୍ତୁ।”

କରୋନା କାଳରେ ଦେଶରେ ସଙ୍କଟ ଲାଗି ରହିଛି। ଏହା ମଧ୍ୟରେ ଲୋକଙ୍କୁ ଆତ୍ମବିଶ୍ୱାସ ଓ କରୋନା ଯୋଦ୍ଧାଙ୍କୁ ଶକ୍ତି ଯୋଗାଇବାକୁ ଯାଇ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି।

ଆଗକୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସତର୍କତା ନଆପଣାଇଲେ କରୋନା ସଂକ୍ରମଣ ଆହୁରି ବଢ଼ିଯିବ । ତେଣୁ ସରକାରଙ୍କ ପକ୍ଷରୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ମୋଦୀ ଆଜି ଏନେଇ ଦେଶବାସୀଙ୍କୁ ସଚେତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment