ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଦିନରୁ ପୋଲିସ କର୍ମୀ ଯୋଦ୍ଧା ଭାବେ ଏହାକୁ ସାମ୍ନା କରିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ଏହି ମହାମାରୀରେ ରାଜ୍ୟର ୪୧ ଜଣ ପୋଲିସ କର୍ମୀ ନିଜର ପ୍ରାଣବଳି ଦେଇଛନ୍ତି। ଆଜି ୬୧ତମ ପୋଲିସ ସ୍ମୃତି ଦିବସ ଅବସରରେ କଟକସ୍ଥିତ ଓଡ଼ିଶା ପୋଲିସ ମୁଖ୍ୟାଳୟରେ ସେହି କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ପୋଲିସ ଡିଜି ଅଭୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନଙ୍କ ସେବା ଓ ବଳିଦାନ କେହି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ଡିଜି ଅଭୟ।

ସେହିପରି ରାଜଧାନୀ ଭୁବନେଶ୍ୱରର ରିଜର୍ଭ ପୋଲିସ ପଡ଼ିଆରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ଉପସ୍ଥିତ ରହି ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Comment