ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ। ସଙ୍କଟ ସମୟରେ ଘରୁ ଗୋଡ଼ କାଢ଼ି ସେ ଲୋକଙ୍କୁ କରିଥିଲେ ସାହାଯ୍ୟ। ଏହି ସାହାଯ୍ୟ ପାଇଁ ଏବେ ସୋନୁ ସୁଦଙ୍କୁ ମିଳିଛି ଏକ ନିଆରା ସମ୍ମାନ। କୋଲକାତାର ଏକ ଦୁର୍ଗା ପୂଜା ପେଣ୍ଡାଲରେ ସୋନୁଙ୍କ ପ୍ରତିମୂର୍ତ୍ତ କରାଯାଇଛି। କେବଳ ସୋନୁ ନୁହଁନ୍ତି ତାଙ୍କ ସହିତ ପ୍ରବାସୀ ଶ୍ରମିକଙ୍କୁ ବି ଦେଖାଯାଇଛି।

କେସ୍ତୋପୁରରେ ଏକ କ୍ଲବ ପକ୍ଷରୁ ଆୟୋଜିତ ମା ଦୂର୍ଗାଙ୍କ ପୂଜା ପେଣ୍ଡାଲରେ ଲକଡାଉନ୍ ଯୋଗୁଁ ନିଜ ପିଲାଙ୍କୁ ଧରି ଘରକୁ ଯିବାକୁ ବାହାରିଥିବା ଶ୍ରମିକଙ୍କୁ କିଭଳି ସୋନୁ ସାହାଯ୍ୟ କରିଥିଲେ ସେହି ଦୃଶ୍ୟ ଦେଖାଯାଇଛି। ଏହି ପ୍ରତିମୂର୍ତ୍ତି ଜରିଆରେ ପୁଣି ଥରେ ଲକଡାଉନ ସମୟର ସେହି ସଙ୍କଟ ସମୟକୁ ମନେ ପକାଇଛନ୍ତି ଦେଶବାସୀ।

ଏଭଳି ସମ୍ମାନ ପରେ ନିଜକୁ ଧନ୍ୟ ମଣିଛନ୍ତି ଅଭିନେତା ସୋନୁ ସୁଦ। ଏହା ତାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ସେ ଟୁଇଟ କରି କହିଛନ୍ତି। ସୋନୁଙ୍କ ଏହି ଟୁଇଟ ପରେ ଅନେକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Comment