ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତ ଅଧିବେଶନ। ଡିସେମ୍ବର ୩୧ ସୁଦ୍ଧା ବିଧାନସଭା ଶୀତକାଳୀନ ଅଧିବେଶନ ବସିବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବିଧାନସଭା ବିଧି ଅନୁସାରେ ବର୍ଷକୁ ୬୦ ଦିନ ଗୃହ ଚାଲିବା ବ୍ୟବସ୍ଥା ରହିଛି। ହେଲେ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମାତ୍ର ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ତେଣୁ ଡିସେମ୍ବର ପୂର୍ବରୁ ବାକି ଥିବା ୪୦ ଦିନ ଗୃହ କାର୍ଯ୍ୟ ବସିବ। ବିଧାନସଭାର ଏହି ଅଧିବେଶନ କେବେ ବସିବ ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ବାକି ଥିବା ଏହି ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଗତ ମାସରେ କୋଭିଡ୍ କଟକଣା ସହ ବିଧାନସଭାର ମୌସୁମୀ ଅଧିବେଶନ ବସିଥିଲା। ହେଲା ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନକୁ ମୁଲତବୀ କରିଦିଆଯାଇଥିଲା। ଏବେ ପୁଣିଥରେ ଡିସେମ୍ବର ୩୧ ସୁଦ୍ଧା ବିଧାନସଭା ଅଧିବେଶନ ବସିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି।

Comment