ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ୩୧ ଅର୍ଥାତ ଆସନ୍ତାକାଲି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀ ପାଳନ କରାଯିବ। ଏହି ଅବସରରେ ଗୁଜରାଟର କେଭାଡିଆରେ ଆୟୋଜିତ ହେବାକୁ ଥିବା ଏକତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ।

ପ୍ରଥମେ ମୋଦୀ ନର୍ମଦା ନଦୀ ତଟରେ ସର୍ଦ୍ଦାର ବଲ୍ଲଭଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏଥି ସହିତ ମୋଦୀ ଏକତା ଦିବସ ପରେଡରେ ଅଂଶଗ୍ରହଣ କରିବେ ଏବଂ ଦେଶବାସୀଙ୍କୁ ରାଷ୍ଟ୍ରୀୟ ଏକତା ଶପଥ ପାଠ କରାଇବେ।

ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ମୋଦୀ ଶୁକ୍ରବାର ସକାଳେ ଗୁଜରାଟରେ ପହଞ୍ଚିଥିଲେ। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।କେଭାଡିଆରେ ଆରୋଗ୍ୟ ବନ ଓ ଆରୋଗ୍ୟ କୁଟୀର ଉଦଘାଟନ କରିଥିଲେ।

Comment