ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ଟିକାର ରିସର୍ଚ୍ଚ ପାଇଁ ୯ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗୁରୁବାର ବାୟୋଟେକ୍ନୋଲୋଜି ବିଭାଗକୁ ଅର୍ଥମନ୍ତ୍ରୀ ଏହି ଅନୁଦାନ ପ୍ରଦାନ କରିଛନ୍ତି।

ଏଥିସହିତ ସୀତାରମଣ କହିଛନ୍ତି ଯେ, ଏହି ଅନୁଦାନ କେବଳ କୋଭିଡ୍ ଟିକାର ରିସର୍ଚ୍ଚ ପାଇଁ ଖର୍ଚ୍ଚ ହେବ। ଭାରତକୁ କୋଭିଡ୍ ଟିକା ଆସିବା ପରେ ଏହାର ସଂରକ୍ଷଣ ଓ ବଣ୍ଟନ ପାଇଁ ଅଲଗା ବଜେଟ୍ ଧାର୍ଯ୍ୟ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଆଜି ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଆଇସିଏମ୍ଆର୍ ପକ୍ଷରୁ କୋଭିଡ୍ ଟିକାର କ୍ଲିନିକାଲ୍ ଟ୍ରାଏଲ ପାଇଁ ନାମ ପଞ୍ଜୀକରଣ ଶେଷ ହୋଇଛି। ଖୁବଶୀଘ୍ର ଭାରତରେ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ ବୋଲି କୁହାଯାଇଛି।

Comment