ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିବାହ ଉତ୍ସବରେ ଅତିବେଶୀରେ ୨୦୦ ଲୋକ ଏକାଠି ହୋଇପାରିବେ।
  • ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକ ଯୋଗଦେଇପାରିବେ।
  • ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ।
  • ବିବାହରେ ବରଯାତ୍ରୀ ରୋଷଣୀ କରିପାରିବେ ନାହିଁ।
  • ବର, କନ୍ୟା, ବନ୍ଧୁ ବାନ୍ଧବ, ବିବାହ ଆୟୋଜକଙ୍କୁ ମିଶାଇ ଉପସ୍ଥିତ ଲୋକଙ୍କ ସଂଖ୍ୟା ଧାର୍ଯ୍ୟ ସୀମାଠାରୁ (୨୦୦/୫୦ ଜଣ) ଅଧିକ ନହୁଏ।
  • ଜ୍ୱରରେ ପୀଡ଼ିତ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରାଯିବ।
  • ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ନିର୍ଦ୍ଦେଶ।
  • କାର୍ଯ୍ୟକ୍ରମରେ ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ୨ ମିଟର ଦୂରତା ରହିବା ଉଚିତ।
  • ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • କୌଣସି ବ୍ୟକ୍ତିଏହି ସମୟରେ ଗୁଟଖା, ପାନ ଆଦି ଖାଇପାରିବେ ନାହିଁ।
  • ହାତ ଧୋଇବା ପାଇଁ ସାବୁନ୍ ଓ ପାଣି ଆଦି ଆବଶ୍ୟକୀୟ ଜିନିଷ ରଖିବା ଆବଶ୍ୟକ।
  • ଖାଇବା ଟେବୁଲରେ ପ୍ରତ୍ୟେକ ବ୍ୟକ୍ତି ଭିତରେ ସାମାଜିକ ଦୂରତ ରଖିବା ବାଧ୍ୟତାମୂଳକ।

Comment