ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜିରୋ ନାଇଟ ଏବଂ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର। ବୁଧବାର ଜାନୁଆରି ମାସ ପାଇଁ ଗାଇଡଲାଇନ ଜାରି କରି ୩୧ ଏବଂ ୧ ତାରିଖରେ ନୂଆ ବର୍ଷ ପାଇଁ କଟକଣା ଲଗାଇଛନ୍ତି ସରକାର। ଅନ୍ୟପଟେ ସିନେମା ହଲ୍‌ ଖୋଲିବାକୁ ସବୁଜ ସଂକେତ ମିଳିଛି।

ରାଜ୍ୟରେ କରୋନାର ପ୍ରକୋପ କମୁଥିବା ବେଳେ ବୁଧବାର ଜାନୁଆରି ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଏଥର ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇଛନ୍ତି ସରକାର। ଜାନୁଆରି ଗାଇଡଲାଇନରେ ଆଉ କ’ଣ ସବୁ ରହିଛି ଜାଣନ୍ତୁ।

  • ଜାନୁଆରି ମାସରେ ସିନେମା ହଲ୍, ଥିଏଟର ଖୋଲିବାକୁ ଅନୁମତି
  • ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଲେ ସରକାର
  • ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ୍‌ ମନା
  • ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖର ସମସ୍ତ ଉତ୍ସବାନୁଷ୍ଠାନରେ ରୋକ୍ ଲାଗିଲା
  • ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି
  • ଦାହ ସଂସ୍କାର, ମୃତକର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି
  • ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଚାଲିପାରିବ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ
  • କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲିପାରିବ
  • ଇଣ୍ଡୋର ହଲ୍‌ରେ ମୋଟ ସିଟ୍‌ର ୫୦ ପ୍ରତିଶତ ଦର୍ଶକରେ ଚାଲିବ କାର୍ଯ୍ୟକ୍ରମ
  • ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍ ବାଧ୍ୟତାମୂଳକ
  • ଜାନୁଆରି ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା
  • ସ୍କୁଲ, କଲେଜ ଖୋଲିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ
  • ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବିଭାଗୀୟ କର୍ତ୍ତୃପକ୍ଷ
  • ପରୀକ୍ଷା, ଖାତାଦେଖା, ଅନଲାଇନ ପାଠପଢ଼ା ଚାଲୁ ରହିବ
  • ଜାନୁଆରି ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରହିବ

Comment