ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ସ୍ତରୀୟ ସର୍ବବୃହତ ଅନ୍ତର୍ଜାତୀୟ ମାନର ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏଥିସହ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ଗୋଟିଏ ଲେଖାଏଁ ‘ଆଷ୍ଟ୍ରୋଟର୍ଫ’ ହେବ। ଏହାଦ୍ୱାରା ସୁନ୍ଦରଗଡ଼ର ସମସ୍ତ ହକି ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ହକି ଖେଳର ଅଭ୍ୟାସ ଭଳି ନିଜ ଜିଲ୍ଲାରେ ଅଭ୍ୟାସ କରିବାର ସୁଯୋଗ ପାଇପାରିବେ। ସୁନ୍ଦରଗଡ଼ ଜିଲ୍ଲାର ଲୋକପ୍ରିୟ ଖେଳ ଭାବେ ହକି ପ୍ରସିଦ୍ଧ। ହକି ଖେଳରେ ସୁନ୍ଦରଗଡ଼ବାସୀ କିଭଳି ଆଗକୁ ଅଧିକ ଉନ୍ନତ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦେଇ ସରକାର ରାଉରକେଲାରେ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି।

‘ଆଷ୍ଟ୍ରୋଟର୍ଫ’ କ’ଣ

ସାଧାରଣ ଭାବରେ ବୁଝିବାକୁ ହେଲେ, ‘ଆଷ୍ଟ୍ରୋଟର୍ଫ’ ହେଉଛି ଏକ ପ୍ରକାର କୃତ୍ରିମ ଫାଇବର, ଯାହା କ୍ରୀଡ଼ା କ୍ଷେତ୍ରରେ ଷ୍ଟାଡିୟମ ମାନଙ୍କରେ ଘାସ ବଦଳରେ ବ୍ୟବହାର କରାଯାଇଥାଏ। ଷ୍ଟାଡିୟମରେ ଯେତେବେଳେ ଖେଳର ଆୟୋଜନ କରାଯାଏ, ସେତେବେଳେ ପଡ଼ିଆରେ ‘ଆଷ୍ଟ୍ରୋଟର୍ଫ’ ର ଏକ ସ୍ତର ବିଛାଯାଇଥାଏ। ଏହା ଅନେକ କୃତ୍ରିମ ଘାସର ସମାହାରକୁ ନେଇ ପ୍ରସ୍ତୁତ ହୋଇଥାଏା ଏହି ଶବ୍ଦର ଉତ୍ପତ୍ତି ଆମେରିକାରୁ ପ୍ରଥମେ ହୋଇଥିଲା।

କାହିଁକି ‘ଆଷ୍ଟ୍ରୋଟର୍ଫ’:

‘ଆଷ୍ଟ୍ରୋଟର୍ଫ’ ହେଉଛି କ୍ରୀଡ଼ାର ଅନ୍ୟତମ ଆଇକନିକ ବ୍ରାଣ୍ଡା ସମସ୍ତେ ‘ଆଷ୍ଟ୍ରୋଟର୍ଫ’ ଶବ୍ଦକୁ ଜାଣିଥାନ୍ତି କିନ୍ତୁ ଏହାର ଇତିହାସକୁ କେହି ଜାଣନ୍ତିନି। ‘ଆଷ୍ଟ୍ରୋଟର୍ଫ’ ନାମଟି ହ୍ୟୁଷ୍ଟୋନ ଜ୍ୟୋତିର୍ବିଜ୍ଞାନରୁ ଆସିଛି, ଯାହାକି ଦୀର୍ଘ ୫୦ ବର୍ଷ ତଳେ ଏକ ବୃତ୍ତିଗତ କ୍ରୀଡ଼ା ସ୍ଥାନରେ ବ୍ୟବହୃତ ହେଉଥିଲ।। ଟେକ୍ସାସର ବେସବଲ୍ ଷ୍ଟାଡିୟମରେ ‘ଆଷ୍ଟ୍ରୋଟର୍ଫ’ ପ୍ରଥମେ ବ୍ୟବହୃତ ହୋଇଥିଲ।। ଭାରତରେ ହକି ଖେଳ ପାଇଁ ୪୦ଟି କୃତ୍ରିମ ଟର୍ଫ ଗ୍ରାଉଣ୍ଡ ରହିଛିା ଫୁଟବଲ କ୍ଷେତ୍ରରେ କୃତ୍ରିମ ଟର୍ଫ ଗ୍ରାଉଣ୍ଡ ଗୋଆର ଚାଗୁଲ ସ୍ପୋର୍ଟସ କମ୍ପେକ୍ସରେ ଏବଂ ସଲ୍ଟ ଲେକ୍ ସହର କୋଲକାତାରେ ଅଛି।

ହକି ଖେଳାଳିଙ୍କୁ ‘ଆଷ୍ଟ୍ରୋଟର୍ଫ’ରୁ ମିଳେ କେଉଁ ସୁବିଧା :

ହକି ଖେଳାଳିଙ୍କ ପାଇଁ ‘ଆଷ୍ଟ୍ରୋଟର୍ଫ’ ବ୍ୟବହାର କରାଯାଇଥାଏା ୧୯୭୦ ଦଶକରୁ ହକି କୃତ୍ରିମ ଟର୍ଫରେ ଖେଳାଯାଉଛିା ଖେଳ ସମୟରେ ପିଚ୍ ର ଉପରି ଭାଗକୁ ସମାନ କରାଯାଇଥାଏା ପିଚ୍‌ର ରଙ୍ଗ ସାଧାରଣତଃ ନୀଳ ଓ ସବୁଜ ରଙ୍ଗର ହୋଇଥାଏା ହକି ଖେଳାଳିଙ୍କ ପାଇଁ ପିଚ୍ ଓଦାଯୁକ୍ତ ଥାଏା ଓଦା ହେବା ଦ୍ୱାରା ଖେଳାଳିମାନଙ୍କୁ ଭଲ ଖେଳ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏା ଅନେକ ସମୟରେ ଖେଳାଳୀଙ୍କ ଶରୀରରେ ବଲ୍ ବାଜି କ୍ଷତ ହେବାର ଆଶଙ୍କା ରହିଥାଏ, ତେଣୁ ଓଦା ପିଚ୍ ହେବାଦ୍ୱାରା ଦୃତ ଗତିରେ ଯାଉଥିବା ବଲ୍ କୁ ରୋକାଯାଇଥାଏା

ଓଡ଼ିଶାରେ ‘ଆଷ୍ଟ୍ରୋଟର୍ଫ’ର ବ୍ୟବହାର :

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡ଼ିୟମରେ ‘ଆଷ୍ଟ୍ରୋଟର୍ଫ’ର ବ୍ୟବହାର ପ୍ରଥମେ କରାଯାଇଥିଲ।। ପରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ‘ଆଷ୍ଟ୍ରୋଟର୍ଫ’ ଷ୍ଟାଡିୟମରେ ପରିଣତ କରାଯାଇଥିଲ।। ୨୦୨୩ ରେ ରାଉରକେଲାରେ ହେବ ବିର୍ସାମୁଣ୍ଡା ହକି ଷ୍ଟାଡିୟମ, ଯେଉଁଥିରେ ୨୦ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ଏକାଠି ବସି ହକିର ମଜା ନେଇପାରିବୋ ଏହି ଷ୍ଟାଡିୟମକୁ ଆଷ୍ଟ୍ରୋଟର୍ଫ ଷ୍ଟାଡିୟମରେ ପରିଣତ କରାଯିବା ଯାହାଦ୍ୱାରା ଭବିଷ୍ୟତରେ ସୁନ୍ଦରଗଡ଼ ଜିଲ୍ଲାରୁ ତିଆରି ହେବେ ଅନେକ ହକି ତାରକ।।

Comment