ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଷ୍ଟିସ ଏନ୍‌ଭି ରମଣା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ଆସନ୍ତା ଏପ୍ରିଲ ୨୩ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ରମଣାଙ୍କ ନାଁ ସୁପାରିଶ କରିଛନ୍ତି ଜଷ୍ଟିସ ବୋବଡେ।

ବରିଷ୍ଠତା ଭିତ୍ତିରେ ଜଷ୍ଟିସ ରମଣାଙ୍କୁ ନିଯୁକ୍ତି ପାଇଁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ପରମ୍ପରା ଅନୁସାରେ ସବୁବେଳେ ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଏ। ଏହି ଆଧାରରେ ଯଦି ଜଷ୍ଟିସ ରମଣାଙ୍କୁ ନିଯୁକ୍ତି ମିଳେ ତେବେ ସେ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ହେବେ।

୨୦୧୯ ମସିହା, ନଭେମ୍ବର ୧୮ ତାରିଖରେ ଏସ୍‌ଏ ବୋବଡେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି।

Comment