ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କୋଭିଡ ସଂକ୍ରମଣ ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ନୂଆ ମାମଲା ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ହଜାର ୪ଶହ ୬୬ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୪୬୯ ଜଣଙ୍କର ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ୧କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି।  ସେହିପରି ମୃତ୍ୟୁସଂଖ୍ୟା ୧ଲକ୍ଷ ୬୩ ହଜାର ୩୯୬କୁ ଛୁଇଁଛି।

କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଲକ୍ଷ ୧୪ ହଜାର ୬୯୭ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ କୋଟି ୧୫ ଲକ୍ଷ ୨୫ ହଜାର ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପଟେ କରୋନା ମହାମାରୀକୁ ରୋକିବା ପାଇଁ ଏକମାତ୍ର ଉପାୟ ଟୀକାକରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିପାଇଁ ଦେଶରେ ଟିକାକରଣ ପ୍ରକ୍ରିୟାର ତ୍ଵରାନ୍ଵିତ କରାଯାଇଛି। ଏପ୍ରିଲ ୧ରୁ ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସର ଲୋକମାନଙ୍କର ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ମୋଟ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣ ଟିକା ନେଇଛନ୍ତି।

Comment