ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ର ଭୂତାଣୁକୁ ନେଇ ଭୟଭୀତ ରାଜ୍ୟବାସୀ। ପଶ୍ଚିମବଙ୍ଗର ନୂଆ ଷ୍ଟ୍ରେନକୁ ନେଇ ସମସ୍ତେ ଚିନ୍ତିତ ରହୁଥିବାବେଳେ, ଏବେ ଆନ୍ଧ୍ରରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନକୁ ନେଇ ବଢ଼ିଛି ଚିନ୍ତା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାର ଭୟାବହତାକୁ ନେଇ ଆଗୁଆ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାର ଆନ୍ଧ୍ର ଷ୍ଟ୍ରେନକୁ ନେଇ ସଜାଗ ହୋଇଛନ୍ତି। ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ୪ ସୀମାନ୍ତ ଜିଲ୍ଲା କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବା ସହ କ୍ୱାରେଣ୍ଟାଇନ ପାଇଁ ପ୍ରତି ବ୍ଲକରେ ଟିଏମ୍‌ସି ସେଣ୍ଟର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆନ୍ଧ୍ର ଓ ତେଲେଙ୍ଗାନା ପ୍ରବାସୀଙ୍କ ପାଇଁ ଗାଇଡଲାଇନ୍‌

  • ୧୪ ଦିନିଆ କ୍ୱାରେଣ୍ଟାଇନରେ ବାଧ୍ୟତାମୂଳକ
  • ୪୮ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ
  • ନେଗେଟିଭ୍ ରିପୋର୍ଟ ଥିଲେ ୧୪ ଦିନ ପରିବର୍ତ୍ତେ ୭ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଆନ୍ଧ୍ର ଷ୍ଟ୍ରେନ କେତେ ଭୟଙ୍କର?

ଏହି ଷ୍ଟ୍ରେନ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଥିବାରୁ ଏହାକୁ ‘ଏପି ଷ୍ଟ୍ରେନ’ କୁହାଯାଉଛି । ଏହାର ବୈଜ୍ଞାନକ ନାମ ‘ଏନ୪୪୦କେ’। ପୂର୍ବରୁ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ, ଟ୍ରିପଲ ମ୍ୟୁଟାଣ୍ଟ, ବ୍ରିଟେନ ଷ୍ଟ୍ରେନଠାରୁ ଏହା ୧୫ଗୁଣ ଅଧିକ ସଂକ୍ରାମକ ଅଟେ। ଜଣେ ବ୍ୟକ୍ତିଙ୍କୁ ମାତ୍ର ୩ରୁ ୪ଦିନ ଭିତରେ ଗୁରୁତର ଅସୁସ୍ଥ କରିଦିଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, ଏହି ଷ୍ଟ୍ରେନ ଜଣେ ବ୍ୟକ୍ତିଙ୍କଠାରୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନାହିଁ । ଏହାରି ମଧ୍ୟରେ ପଡ଼ୋଶୀ ରାଜ୍ୟରେ ଏହି ନୂଆ ଷ୍ଟ୍ରେନ ଚିହ୍ନଟ ଚିନ୍ତା ବଢ଼ାଇଛି । କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ଆନ୍ଧ୍ର ଷ୍ଟ୍ରେନ ଚିହ୍ନଟ ହୋଇନାହିଁ । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଠାରେ ଚିହ୍ନଟ ହୋଇଛି। ତେଣୁ ଏହାକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ୬ଟି ସୀମାବର୍ତ୍ତୀ ଜିଲ୍ଲାରେ କଡ଼ାକଡ଼ି ଯାଞ୍ଚ କରାଯାଇ, ନମୂନା ପରୀକ୍ଷା କରାଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

Comment