ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ଅଫିସରଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ସଂଘ ନିନ୍ଦା କରିଛି। କୋଭିଡ୍‌ ଡ୍ୟୁଟି କରୁଥିବା ବେଳେ ନିଜ ଜୀବନକୁ ପାଣି ଛଡାଇ ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଥିବା ଅଧିକାରୀଙ୍କ ଉପରେ ଏ ଧରଣର ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ସଂଘ କହିଛି।

ନିକଟରେ ଦୁଇ ଜଣ ଓଏଏସ ଅଫିସରଙ୍କ ଉପରେ ଆକ୍ରମଣ ହୋଇଥିଲା। ତେଣୁ ଅପରାଧିମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମିଶ୍ର ଦାବି କରିଛନ୍ତି। ତା’ ଛଡା ଅଫିସରମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ପାଇଁ ସଂଘ ଦାବି କରିଛି।

ଏନେଇ ପୋଲିସ ଡିଜି ଓ ଗୃହ ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦାଖଲ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment