ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ଦିନ ଧରି  ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଏବେସୁଦ୍ଧା ୫୫୯ଟି ଟ୍ୟାଙ୍କର୍ ଯୋଗେ ୧୦ ହଜାର ୨୭୦ ମେଟ୍ରିକ୍ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି।

ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୫୭ଟି ଟ୍ୟାଙ୍କର୍ ଯୋଗେ ୯୪୫.୩୦୨ ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୧୪୭ଟି ଟ୍ୟାଙ୍କର୍ ଯୋଗେ ୨୩୨୪.୩୨ଟନ୍ , ଯାଜପୁର ଜିଲ୍ଲାରୁ ୧୩୪ଟି ଟ୍ୟାଙ୍କର୍ ଯୋଗେ ୨୭୯୦.୧୧୨ ଟନ୍ ଏବଂ ରାଉରକେଲାରୁ ୨୨୧ଟି ଟ୍ୟାଙ୍କର୍ ଯୋଗେ ୪୨୧୦.୫୬୪ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

୧୬୯ଟି ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୩୩୮୫.୭୫୪ ଟନ୍‌, ୧୪୭ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୨୪୯୪.୮୨୯ ଟନ୍‌, ତାଲିମନାଡୁକୁ ୧୨ଟି ଟ୍ୟାଙ୍କର୍ ଯୋଗେ ୨୩୪.୯୪ ଟନ୍‌, ହରିୟାଣାକୁ ୭୯ଟି ଟ୍ୟାଙ୍କର୍‌ରେ ୧୪୬୦.୩୪୨ଟନ୍‌, ମହାରାଷ୍ଟ୍ରକୁ ୨୭ଟି ଟ୍ୟାଙ୍କର୍‌ରେ ୪୬୫.୮୩୧ ଟନ୍‌, ଛତିଶଗଡ଼କୁ ୨୧ଟି ଟ୍ୟାଙ୍କର୍‌ରେ ୩୨୦.୩୨୨ ଟନ୍‌, ଉତ୍ତରପ୍ରଦେଶକୁ ୩୮ଟି ଟ୍ୟାଙ୍କର୍ ଯୋଗେ ୭୧୯.୯୫ ଟନ, ୪୭ଟି ଟ୍ୟାଙ୍କର୍ ଯୋଗେ ୮୨୩.୯୬ ଟନ୍‌, ମଧ୍ୟପ୍ରଦେଶକୁ, ୧୫ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୨୭୪.୮୬ ଟନ୍‌, ୦୨ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୫୮.୨୨ ଏବଂ ୦୨ଟି ଟ୍ୟାଙ୍କର୍ ଯୋଗେ ବିହାରକୁ ୩୧.୨୯  ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତ ଏସ୍‌ପି, ଡିସିପି, ରେଂଜ ଡିଆଇଜି, ଆଇଜିଏବଂ ପୋଲିସ୍ କମିସନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି।

Comment