ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ଏବେ କରୋନା ମହାମାରୀ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଏବେ ଟିକାକରଣ ଚାଲିଛି। ଏଯାବତ୍‌ ବିଭିନ୍ନ ବୟସ ବର୍ଗର ଲୋକ ଟିକା ନେଇ ସାରିଲେଣି। ଏହିକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କରୋନା ଟିକା ନେଇଛନ୍ତି।

ନିଜେ ଟିକା ନେବା ସହିତ ସେ ଅନ୍ୟମାନଙ୍କୁ ଟିକା ନେବାକୁ ଆହ୍ୱାନ ଦେଇଛନ୍ତି। ସବୁ ଦେଶମାନେ ଟିକା ଉପଲବ୍ଧ କରାନ୍ତୁ ବୋଲି ସେ କହିଛନ୍ତି। ଏହସହିତ ସେ ଆହୁରିମଧ୍ୟ କହିଛନ୍ତି ଯେ, ସରକାର ଓ ଟିକା ଉତ୍ପାଦନକାରୀ ସଂସ୍ଥାମାନେ ଅଧିକ ମାତ୍ରାରେ ଟିକା ଉତ୍ପାଦନ ପାଇଁ କାମ କରିବା ଆବଶ୍ୟକ। ଟିକା ହିଁ ଏବେ ସୁରକ୍ଷା କବଚ। ତେଣୁ ସମସ୍ତେ ଟିକା ନେଲେ କରୋନାରୁ ସୁରକ୍ଷିତ ରହିବେ।

କରୋନା ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଥଲା ବେଳେ ଟିକା ହିଁ ସାହାରା ପାଲଟିଛି। ହେଲେ ଭାରତ ସମେତ ବିଭିନ୍ନ ଦେଶରେ ଟିକାର ଅଭାବ ସାମ୍ନାକୁ ଆସୁଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ।

Comment